ଭୁବନେଶ୍ବର,୧୮।୯:କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ ପରେ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ। କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ଠପ୍ ଥିବା ବେଳେ ସଫେଇ କାର୍ଯ୍ୟ ଜାରି ରହିଛି। ରାସ୍ତା ଉପରେ ପଡିଥିବା ବଡ଼ ବଡ଼ ପଥର ଖଣ୍ଡକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ହଟାଇବା ପରେ ମଧ୍ୟ ସମାଧାନର ବାଟ ଫିଟି ପାରିନି।ଘାଟି ପୁରା ଶୁନଶାନ୍ ଲାଗୁଛି। ଦେଖୁଦେଖୁ ତିନିଦିନ ବିତି ଯାଇଛି। କିନ୍ତୁ ରାସ୍ତାରେ ଗୋଟିଏ ବି ଗାଡ଼ି ଗଡିପାରୁ ନାହିଁ। ଦୁର୍ଗାପ୍ରସାଦ ଏବଂ କଳିଙ୍ଗାରେ ଥିବା ହୋଟେଲ, ଢ଼ାବା, ଚା ପାନ ଦୋକାନୀଙ୍କ ଜୀବନଜୀବିକା ସହ ଜଡିତ ଏହି ଜାତୀୟ ରାଜପଥ-୧୫୭।ରାସ୍ତାରେ ଦୈନିକ ଶହଶହ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ, କାର ବାଇକ୍ ଯାତାୟତ କରୁଥିବା ବେଳେ ସବୁ ସମୟରେ ଭିଡ଼ ଲାଗୁଥିଲା ସବୁବେଳେ ଗହଳି ଚହଳି। ଗତ ମଙ୍ଗଳବାର ଦିନ ଅପରାହ୍ଣରେ କଳିଙ୍ଗା ଘାଟିରେ ଭୂସ୍ଖଳନ ଫଳରେ ପାହାଡ଼ ଧସି ପ୍ରବଳ ପାଣି ଉପରୁ ଆସି ରାସ୍ତା ଧୋଇ ନେଇଯାଇଛି। ଫଳରେ ଏହି ରାସ୍ତାରେ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।ପାହାଡ କଡରେ ଲମ୍ବି ଯାଇଥିବା ରାସ୍ତା ଧୋଇ ଯିବା ପରେ ତାକୁ ପୁନଃରୁଦ୍ଧାର କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଅନ୍ୟପଟେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାକୁ ପୁନଃ ନିର୍ମାଣ ପାଇଁ ବିଭାଗର ବରିଷ୍ଠ ଯନ୍ତ୍ରୀ ଘଟଣା ସମ୍ପର୍କରେ ଏବେ ବି ଅନୁଧ୍ୟାନ ଚଳାଇଛନ୍ତି। କେବେ କଳିଙ୍ଗା ଘାଟିରେ ସ୍ବାଭାବିକ ହେବ ସ୍ଥିତି ଅନେଇ ବସିଛନ୍ତି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାବାସୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |