ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ଵର ,୧୯।୯: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଦଳିଲା ନିୟମ।ବିଦ୍ୟାଳୟରେ ଭଗବତ୍ ଗୀତା ପାଠ କରିବେ ଛାତ୍ରଛାତ୍ରୀ। ଆଜି ବିଧାନସଭାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର  ବିକାଶ ପାଇଁ ଶ୍ରୀମଦ୍ ଭଗବତ୍ ଗୀତାର ପଠନ ଓ ମହତ୍ତ୍ଵର ଚର୍ଚ୍ଚା  ପାଇଁ  ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସିତାଂଶୁ ଶେଖର ମହାପାତ୍ର।ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରଖିଲେ ଗଣଶିକ୍ଷା ମନ୍ତ୍ରୀ। ନିତ୍ୟାନନ୍ଦ ଗଣ୍ଡଙ୍କ କହିବା କଥା ପାଠ ପଢିବା ସହ ଛାତ୍ରଛାତ୍ରୀଙ୍କର ଆମ ପରମ୍ପରା ଓ ଆଧ୍ୟାତ୍ମିକତା ଉପରେ ମଧ୍ୟ ଜ୍ଞାନ ରହିବା ଜରୁରୀ।ଏହାର ଉତ୍ତର ଦେବାକୁ ଯାଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଛି। ବିଦ୍ୟାଳୟରେ ନିଜ ବିଷୟ ବସ୍ତୁ ସହ ଛାତ୍ରଛାତ୍ରୀମାନେ ଭଗବତ ଗୀତା ପାଠ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!