ନବରଙ୍ଗପୁର ( ପ୍ରିୟଦର୍ଶିନୀ ପାତ୍ର), ୨୦ା୯:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ରାଜ୍ୟ ରାଜପଥ-୩୯ ପାର୍ଶ୍ଵରେ ଥିବା ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ସତସଙ୍ଗ ବିହାର ଠାରେଶ୍ରୀ ଶ୍ରୀ ଠାକୁର ଙ୍କ ୧୩୮ ତମ ଜନ୍ମ ଦିବସ ପାଳନ ନିମନ୍ତେ ଭଦ୍ରବ ପରିକ୍ରମା ୧୨ଘଣ୍ଟା ସମୟରେ ସତସଙ୍ଗ ମହାସମାରୋହରେ ପାଳିତ ହୋଇଯାଇଛି l ମାସେ ବ୍ୟାପି ଚାଲିଥିବା ଏହି ଭାଦ୍ରବ ପରିକ୍ରମା ଆଜି ଉଦଯାପିତ ହେଲା।ଏହି ଅବସରରେ ଋତିକ୍ କମଳାକାନ୍ତ ସାହୁ ଏବଂ ପଙ୍କଜ ମହାନ୍ତି ଦ୍ୱାରା ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା। ଆଜି ଏହି ଅବସରେ ଉପସ୍ଥିତ ଥିଲେ ଗୁରୁଭାଉ ପ୍ରଫୁଲ କୁମାର ପଟ୍ଟନାୟକ, ବିବେକନନ୍ଦ ବାରିକଙ୍କ ସହ ଡାବୁଗାଁ ଗୁରୁଭାଇ, ମା, ଏବଂ ଆଖ ପାଖ ଅଞ୍ଚଳର ଗୁରୁ ଭାଇ ଓ ମା ମାନେ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ଲୀଳା ର ଯାଜନରେ ଭକ୍ତି ମୟ ପରିବେଶ ସୃଷ୍ଟି କରାଇଥିଲା lଜୟ ରାଧେ ରାଧେ କୀର୍ତ୍ତନ ପରେ ବନ୍ଦେ ପୁରୁଷୋତ୍ତମ ଧ୍ୱନି ଦେଇ ସତସଙ୍ଗ ସମାପନ କରାଯାଇ ଥିଲା l ସମସ୍ତ ଭକ୍ତବୃନ୍ଦ ଙ୍କ ନିମନ୍ତେ ଅନ୍ନ ପ୍ରାସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |