ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ

ସମ୍ବଲପୁର,୨୦ା୯: ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଟ୍ରଷ୍ଟବୋର୍ଡ ଓ ପୂଜକମାନଙ୍କ ମିଳିତ ବୈଠକରେ ଦର୍ଶନ ସମୟ ନିର୍ଘଣ୍ଟ କରାଯାଇଛି। ମହାଳୟା ଦିନ ଭୋର ୪ଟା ୩୦ରେ ମା’ଙ୍କର ମଙ୍ଗଳ ଆଳତି କରାଯିବ।ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଟ୍ରଷ୍ଟବୋର୍ଡ ଓ ପୂଜକମାନଙ୍କ ମିଳିତ ବୈଠକରେ ଦର୍ଶନ ସମୟ ନିର୍ଘଣ୍ଟ କରାଯାଇଛି। ମହାଳୟା ଦିନ ଭୋର ୪ଟା ୩୦ରେ ମା’ଙ୍କର ମଙ୍ଗଳ ଆଳତି କରାଯିବ। ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯିବ। ତେବେ ଅନ୍ନଭୋଗ ଲାଗି ପାଇଁ ଦିନ ୧୧ଟା ୪୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସେହିପରି ସନ୍ଧ୍ୟା ମହାଆଳତି ପାଇଁ ସନ୍ଧ୍ୟା ୭ଟା୪୫ରୁ ରାତି ୮ଟା୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।ରାତି ୧୦ଟା ୩୦ରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ଓ ପହଡ଼ ନୀତି ଅନୁଷ୍ଠିତ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍ତି। ମହାଳୟା ଅବସରରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ୨୧ ତାରିଖ ରବିବାର ସକାଳୁ ୨୩ ତାରିଖ ମଙ୍ଗଳବାର ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଦର୍ଶନ ଦେବେ ବୋଲି ଟ୍ରଷ୍ଟବୋର୍ଡ ସଭାପତି ଶ୍ରୀ ବାବୁ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମହାଳୟାରେ ସିନ୍ଦୁରବର୍ଣ୍ଣା ମା’ ସମଲେଶ୍ବରୀ ଶୁଭ୍ର ଶ୍ବେତ ରୂପ ଧାରଣ କରନ୍ତି। ମା’ଙ୍କର ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ। ‌ଏହି ଦିନ ଲକ୍ଷାଧିକ ଭକ୍ତ ମାଙ୍କ ଦର୍ଶନ କରି ପୁଣ୍ୟଲାଭ କରିଥାନ୍ତି। ଓମ୍‌ଫେଡ୍‌ ଘିଅ ବ୍ୟବହାର ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହରେ ଅଖଣ୍ଡ ଦୀପ ଓ ମହାଆଳତି ପାଇଁ ବ୍ୟବହାର ଏହି ଘିଅ ବ୍ୟବହାର କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!