ଭୁବନେଶ୍ବର,୨୧ା୯: ଭୁବନେଶ୍ବର କ୍ଲବରେ ସଭାପତି ନିର୍ବାଚନରେ ସଭାପତି ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ଦୁଇ ପୂର୍ବତନ ଚିଫ୍ ସେକ୍ରେଟାରୀ ଅସୀତ ତ୍ରିପାଠୀ ଓ ପ୍ରଦୀପ ଜେନା। କ୍ଲବ ନିର୍ବାଚନ ପାଇଁ ଆଜି ଭୋଟିଂ। ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଭିତରେ କ୍ଲବକୁ ଆସି ମତଦାନ କରିପାରିବେ। ରବିବାର ସନ୍ଧ୍ୟା ୬ଟା ପରେ ଫଳାଫଳ ଘୋଷଣା କରାଯିବ।ବାଲଟରେ ମତଦାନ ହେବ। ରାଜ୍ୟର ସବୁଠୁ ସମ୍ଭ୍ରାନ୍ତ ଓ ହାଇ ପ୍ରୋଫାଇଲ୍ ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇକୁ ନେଇ ପାୱାର କରିଡରରେ ହଲଚଲ। ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା ବେଳେ ଏଥର ଜିତିଲେ ହ୍ୟାଟ୍ରିକ କରିବେ। ତାଙ୍କର ସ୍ଲୋଗାନ୍ ରହିଛି ବିକାଶ ଏକ ଯାତ୍ରା। ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଛନ୍ତି। ତାଙ୍କର ନାରା ରହିଛି ଭୋଟ୍ ଫର ଚେଞ୍ଜ, ପରିବର୍ତ୍ତନ ପାଇଁ ଭୋଟ୍ ଦିଅନ୍ତୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |