ବାଣ ବିସ୍ଫୋରଣରେ ଉଡ଼ିଲା ଘର ଛାତ

ହରଭଙ୍ଗା,୨୧ା୯: ବୌଦ୍ଧର ପୁରୁଣା କଟକ ଥାନା ଜିଆଁକଟା-ଛତ୍ରପୁର ଠାରେ ଭୟଙ୍କର ବାଣ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ଘରର ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଭୁଶୁଡ଼ି ପଡ଼ିଥିବା ଛାତ ତଳେ କିଛି ଲୋକ ଚାପି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଆଉ କିଛି ଛାତ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ପାଖାପାଖି ପାଞ୍ଚ ଜଣ ଲୋକ ଗୁରୁତର ହେଇଛନ୍ତି । ମୃତକ ଜଣକ ନାମ ହେଉଛି ଲକ୍ଷ୍ମୀଧର ବେହେରା । ପୋଲିସ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ପ୍ରକ୍ରିୟା ଚାଲୁ ରହିଛି ।ବାଣ ବିସ୍ଫୋରଣରେ ଘର ଦ୍ୱାରା ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି ।ଅନ୍ୟପଟେ ଏଭଳି ବଡ଼ଧରଣର ବସ୍ଫୋରଣ ଯୋଗୁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ଘରଦ୍ୱାର ଗାଡ଼ି ଶୋରୁମ ସହିତ ଦୋକାନ ଥରି ଘରର କାଚ ଭାଙ୍ଗିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ହରଭଙ୍ଗା ଅଗ୍ନିଶମ ବାହିନୀ, ପୁରୁଣାକଟକ ପୋଲିସ ପହଞ୍ଚି ସର୍ଚ୍ଚ ଅପରେଶନ ସହିତ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ଏଭଳି ଘଟଣା ପରେ ସମ୍ପୃକ୍ତ ଗାଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!