ଭୁବନେଶ୍ବର ,୨୧।୯: ବିଧାନସଭା ସମ୍ମୁଖରେ TGT ଶିକ୍ଷକ ସଂଘର ମହା ଆନ୍ଦୋଳନ । ପୁଣି ବିଧାନସଭା ସମ୍ମୁଖରେ ଗର୍ଜିଲେ ଶିକ୍ଷକ । ଓଡ଼ିଶା ସରକାରୀ ମାଧ୍ୟମିକ ପ୍ରଶିକ୍ଷିତ (ସ୍ନାତକ) ମାଧ୍ୟମିକ ଶିକ୍ଷକ ସଂଘର ହଜାର ହଜାର ଶିକ୍ଷକ ରାଜଧାନୀରେ ବିଶାଳ ସମାବେଶ କରି ହକ୍ ମାଗିଛନ୍ତି । ହଜାର ହଜାର ମାଧ୍ୟମିକ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (TGT) ମାନେ ନିଜର କ୍ୟାଡ଼ର ପୁନଃ ଗଠନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦାବିରେ ରାସ୍ତା ଉପରେ ବସି ପ୍ରତିବାଦ କହିଛନ୍ତି । ଭୁବନେଶ୍ବର ବିଧାନସଭା ସମ୍ମୁଖ ସ୍ଥିତ ଲୋୟର ପିଏମ୍ଜିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶିକ୍ଷକ ସମବେତ ହୋଇ ବିରାଟ ବିକ୍ଷୋଭ ସମାବେଶ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |