ପ୍ରଶ୍ନକାଳରେ ବିରୋଧୀଙ୍କ ହୋହାଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର ,୨୨।୦୯ :  ଆଜି   ଗୃହ ଅଚଳ । ଗୋଟିଏ ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭା ଅଧିବେଶନ । କିନ୍ତୁ ତାହା ବି ଅଚଳ ।ବିଧାନସଭା ମୌସୁମୀ ଅଧିବେଶନର ସୋମବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟ ହୋହାଲ୍ଲା କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେଡି ବିଧାୟକ ମାନେ ପ୍ଲାକାର୍ଡ, ପୋଷ୍ଟର ଧରି ଗୃହର ମଧ୍ୟଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀ ବିଧାୟକ ମାନଙ୍କୁ ବୁଝାଇବା ସହ ନିଜ ଆସନରେ ବସିବାକୁ ନିବେଦନ କରିଥିଲେ । ହେଲେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କୌଣସି କଥାକୁ ଖାତିର କରିନଥିଲେ  ବିଧାନସଭା ମୌସୁମୀ ଅଧିବେଶନର ୪ର୍ଥ ଦିନ ବି ଗୃହ ଅଚଳ । ବିରୋଧୀଙ୍କ ହଟ୍ଟଗୋଳ ଓ ହୋହାଲ୍ଲା ଲାଗି ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବି ରହିଛି । ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବି ରଖିଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!