ଭୁବନେଶ୍ୱର,୨୧।୯: ଭୁବନେଶ୍ବର କ୍ଲବ ନିର୍ବାଚନ ଫଳାଫଳ ଆସିଯାଇଛି। ଭୁବନେଶ୍ୱର କ୍ଲବ ସଭାପତି ହେଲେ ପ୍ରଦୀନ ଜେନା । ୧୮ ଖଣ୍ଡ ଭୋଟରେ ବିଜୟୀ ହେଲେ ପ୍ରଦୀପ ।ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଲଳିତ ଦାସ ଭୁବନେଶ୍ବର କ୍ଲବର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।ନିର୍ବାଚନରେ ସଭାପତି ପଦ ଲାଗି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର କ୍ଲବ୍ ସଭାପତି ଅସୀତ ତ୍ରିପାଠୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ୍ ନିୟମାକ ଆୟୋଗ(ଓଇଆର୍ସି)ର ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥିରେ ପ୍ରଦୀପ ଜେନା ବିଜୟୀ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |