ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର),୨୨।୯:-ମିଶନ ଶକ୍ତି ଜରିଆରେ ଗଠିତ ହୋଇଥିବା ଏସଏଚଜି କୁ ନେଇ ଦିନକୁ ଦିନ ଡାବୁଗାଁ ବ୍ଲକରେ ବିବାଦ ବଢ଼ିବାରେ ଲାଗିଛି। କେତେବେଳେ ଏମବିକେ, ସିଆରପି ବ୍ୟାଙ୍କ ମିତ୍ର ଆଦି କର୍ମଚାରୀ ଦରମା ପାଉନାହାନ୍ତି। ତ ପୁଣି କେତେବେଳେ ଗଠିତ କମିଟିର କର୍ମକର୍ତା ପରିବର୍ତନ ପାଇଁ ସରକାର ନିର୍ଦ୍ଦେଶ ଦେଉଛନ୍ତି।ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଥିବା ଏସଏଚଜି, ସିଏଲଏଫ, ଜିପିଏଲଏଫ ଓ ବିଏଲଏଫର କର୍ମକର୍ତା ପରିବର୍ତନ କରିବା ପାଇଁ ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ଡାବୁଗାଁ ବ୍ଲକ ଅଂଚଳରେ କାର୍ଯ୍ୟ କରୁଥିବା ଏସଏଚଜି ସଭାନେତ୍ରୀ ଓ ସମ୍ପାଦିକା ସରକାରଙ୍କ ତରଫରୁ କର୍ମକର୍ତା ପରିବର୍ତନକୁ ତୀବ୍ର ବିରୋଧ କରି ଦିନ 12 ଘଣ୍ଟା ସମୟରେ କାର୍ଯ୍ୟରତ ଇସି ମେମ୍ବର ମାନେ ଉକ୍ତ ନିର୍ଦ୍ଦେଶ କୁ ବେଆଇନ ଦର୍ଶାଇ ବ୍ଳକ କାର୍ଯ୍ୟାଳୟ ରେ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ଦେବାର ମୁଖ୍ୟ କାରଣ ସରକାର ଏବେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥାନରେ ନୂତନ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସହ ସହ ମହିଳା ଏଭଳି ନିର୍ଦ୍ଦେଶ ନାମାକୁ ବିରୋଧ କରିଛନ୍ତି। ଏବଂ ଦାବିପତ୍ର ଦେବା ପରେ ମିଶନ ଶକ୍ତି ଦାଇତ୍ୱ ରେ ଥିବା ବ୍ଳକ ଅଧିକାରୀ ଙ୍କୁ ଭେଟିବାକୁ ଯାଇଥିଲେ କିନ୍ତୁ ମିଶନ ଶକ୍ତି ବିଭାଗର ମୁଖ୍ୟ ତାଙ୍କ କାର୍ଯ୍ୟାଳରେ ନଥିଲେ। ଆଗାମୀ ଦିନରେ କୌଣସି ପରିବର୍ତନ ନ କରିବା ପାଇଁ ଇସି ମାନେ ଦାବି କରିଛନ୍ତି।କାରଣ ଆନ୍ୟ ବ୍ଲିକରେ କର୍ମକର୍ତା ପରିବର୍ତନ ଆରମ୍ବ ମଧ୍ୟ ହୋଇ ନାହିଁ କିନ୍ତୁ ଡାବୁଗାଁ ବ୍ଲକରେ ପରିବର୍ତ୍ତନ କରିବା ପାଇଁ ମିଶନ ଶକ୍ତି ବିଭାଗ ମୁଖ୍ୟ ଓଏଲଏମ ଦୀପ୍ତି କିସର ନାୟକ ସିଏରପି, ଏମବିକେ ମନଙ୍କୁ ବାଧ୍ୟ କରୁଛନ୍ତି ବୋଲି ଇସି ମାନେ ଅଭିଯୋଗ ଆଣିଛନ୍ତି।ଯଦି ସରକାର ତାଙ୍କ କଥା ନସୁଣନ୍ତି ତାହାଲେ ଆଗାମୀ ଦିନରେ ଇସି ସଙ୍ଘ ରାଜରାସ୍ତା ରେ ଓଲ୍ଲାଇବେ ବଳି ଦାବି ପତ୍ର ରେ ଉଲ୍ଲେଖ ଅଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |