ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ

ଭୁବନେଶ୍ଵର,୨୨।୯:ସମୟ ଅବଧି ସରିଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ଗୃହରେ ବାଚସ୍ପତି ଏନେଇ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ବାଚସ୍ପତିଙ୍କ ଫୋଡିୟମ ତଳେ କଂଗ୍ରେସ ବିଧାୟକ ନାରାବାଜି କରିଛନ୍ତି| ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା କଂଗ୍ରେସ। ତେବେ ବାରମ୍ବାର ଗୃହ ଅଚଳ ହେବାରୁ ଅବଧି ସରିଯିବାରୁ କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି। ଏହାର ପ୍ରତିବାଦରେ କକ୍ଷତ୍ୟାଗ କରିଛି କଂଗ୍ରେସ। ବିଧାନସଭା ପରିସରରେ ଗାନ୍ଧିମୂର୍ତ୍ତି ତଳେ ବସି ସଦସ୍ୟ ଧାରଣା ଦେଇଛନ୍ତି। ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି।ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ। ଏହା ପରେ ବାଚସ୍ପତି କହିଛନ୍ତି ଗତ ୧୮ ତାରିଖରେ ୧୨ଟା୪୭ରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହ ଅନ୍ୟ ୧୪ ବିଧାୟକ ବିଧାନସଭା ସଚିବଙ୍କୁ ଅନାସ୍ଥା ନୋଟିସ ଦେଇଥିଲେ ତା ପରଦିନ ନୋଟିସକୁ ଗୃହକୁ ଆଣିବାକୁ ମୁଁ ନିର୍ଦେଶ ଦେଇଥିଲି କିନ୍ତୁ ଗୃହ ସ୍ୱାଭାବିକ ନ ଥିବାରୁ ତାହା ଗୃହକୁ ଆସିପାରି ନ ଥିଲା।  ସଂସଦୀୟ ନିୟମ ଅନୁସାରେ ଲଗାତାର ଭାବେ ବିଧାନସଭାରେ ଅଚଳାବସ୍ଥା ଥିବାରୁ ଅନାସ୍ଥାର ସମୟ ଅବଧି ସରି ଯାଇଛି। ତେଣୁ ଅନାସ୍ଥା  ପ୍ରସ୍ତାବ ଅଗ୍ରାହ୍ୟ ହୋଇଥିବା କହିଛନ୍ତି ବାଚସ୍ପତି ସୁରମା ପାଢୀ।ଅନ୍ୟପଟେ ବିଜେପି ଓ ବିଜେଡି ମିଶି ଗୃହକୁ ଜାଣିଶୁଣି ଅଚଳ କରିଥିଲେ। ଯଦ୍ଵାରା ଗୃହରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ  ପାରିବନି ବୋଲି କହିଛନ୍ତି କଂଗ୍ରେସର ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡ଼ାମ।  ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୮ରେ ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ  ହୋଇଥିଲା। ସେହି ଦିନ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଆଇନ ଶୃଙ୍ଖଳା ବ୍ୟବସ୍ଥା, ନାରୀ ନିର୍ଯାତନା ଓ ସାରର ଅଭାବୀ ବିକ୍ରି ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!