କୋଲକାତାରେ ବର୍ଷା ତାଣ୍ଡବ, ୭ ମୃତ

କଲକାତା ,୨୩।୯:: କଲକାତାରେ ସୋମବାର ବିଳମ୍ବିତ ରାତିରୁ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ହୋଇଛି। ଫଳରେ ସହର ସାରା ଜନଜୀବନ ପ୍ରଭାବିତ ହୋଇଛି।ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପାଣି ଜମିଯାଇଛି, ରେଳ ଏବଂ ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଛି ଏବଂ ସାଧାରଣ ଜୀନଯାତ୍ରା ବ୍ୟାହତ ହୋଇଛି। ଅନେକ ଘର ଏବଂ ଆବାସିକ ଅଞ୍ଚଳରେ ପାଣି ପଶିସାଇଛି, ଯାହା ଲୋକଙ୍କ ପାଇଁ କଷ୍ଟକର ହୋଇପଡିଛି। ପାଞ୍ଚ ଜଣଙ୍କ ମୃତ୍ୟୁ ସହ ଆଉ ୨ ଜଣଙ୍କୁ କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିବା ଖବର ମିଳିଛି। ପାଗରେ ହଠାତ୍‌ ପରିବର୍ତ୍ତନ ହେବାରୁ ପ୍ରବଳ ବର୍ଷା ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛିṣ । କେତେକ ଅଞ୍ଚଳରେ ପାଣିରେ ବିଦ୍ୟୁତ୍‌ ଲାଗି ୫ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷାର ରେକର୍ଡ ୨୫୦ ମିଲିମିଟର ହୋଇଛି ।୧୩୧୧୧ ୟୁପି ଇଜାରଦ୍ୱାରୀ ଏକ୍ସପ୍ରେସ ଓ ୧୩୧୭୭ ସିୟାଲଦହ ଜଙ୍ଗୀପୁର ଏକ୍ସପ୍ରେସକୁ ବାତିଲ କରାଯାଇଛି । ଦକ୍ଷିଣ ସିୟାଲଦହ ଖଣ୍ଡରେ ଟ୍ରେନର ପରିଚାଳନା ଧିମା ହୋଇଯାଇଛି । ରେଳ ଧାରଣା ଜଳମଗ୍ନ ହୋଇଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ବଙ୍ଗୋପସାଗରର ଉତ୍ତର-ପୂର୍ବରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଆଗାମୀ କିଛି ଦିନ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।କଲକାତା ମ୍ୟୁନିସିପାଲ କର୍ପୋରେସନ ଅନୁଯାୟୀ, ଅନେକ ଲୋକଙ୍କ ଘର, ପରିସର ଏବଂ କାର୍ଯ୍ୟାଳୟରେ ପାଣି ପ୍ରବେଶ କରିଛି। ଯୋଧପୁର ପାର୍କରେ ୨୮୪ ମିମି, ଗରିଆ କାମଦାହାରୀରେ ୩୩୨ ମିମି, ତୋପସିଆରେ ୨୭୫ ମିମି, କାଲିଘାଟରେ ୨୮୦ ମିମି ଏବଂ ବାଲିଗଞ୍ଜରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଦିନରେ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ମେଦିନୀପୁର, ପଶ୍ଚିମ ମେଦିନୀପୁର ଏବଂ ଦକ୍ଷିଣ ୨୪ ପରଗନାରେ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!