ଭୁବନେଶ୍ବର ,୨୩।୯:ସରକାରୀ ପ୍ରେସ୍ରେ ଛପାଯିବ ପ୍ରଶ୍ନପତ୍ର|ନିଯୁକ୍ତି ପରୀକ୍ଷାରେ କୌଣସି ତ୍ରୁଟି କିମ୍ବା ବିଚ୍ୟୁତିକୁ ବରଦାସ୍ତ କରାଯିବନି । ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ SOP ଆଣିଲେ ସରକାର । ପ୍ରଶାସନିକ ନିୟନ୍ତ୍ରଣରେ ନିଯୁକ୍ତି ପରୀକ୍ଷା କିମ୍ବା ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନା କରିବା ସମୟରେ SOP କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ସମସ୍ତ ବିଭାଗର ମୁଖ୍ୟ, ସମସ୍ତ ଜିଲ୍ଲପାଳଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖାଯାଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ଦେଢ଼ ଲକ୍ଷରୁ ଅଧିକ ଖାଲି ପଦବୀ ପୂରଣ କରାଯିବ ।ବିଭିନ୍ନ ନିଯୁକ୍ତି ସଂସ୍ଥା ଏପରି ପରୀକ୍ଷା ପରିଚାଳନା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ଅନୁସରଣ କରନ୍ତି, ଯାହା ପ୍ରାୟତଃ ପ୍ରକ୍ରିୟାରେ ତ୍ରୁଟି ସମ୍ପର୍କରେ ଅଭିଯୋଗ ଆଣିଥାଏ । ସରକାର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ପରୀକ୍ଷା ପରିଚାଳନାରେ ଅଧିକ ସ୍ୱଚ୍ଛତା ଏବଂ ସୁରକ୍ଷିତ ପରିବେଶରେ ଆୟୋଜନ କରିବାକୁ ନିର୍ଦ୍ଦେଶ ।ସରକାରୀ ପ୍ରେସ୍ରେ ଛପାଯିବ ପ୍ରଶ୍ନପତ୍ର । ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍, ଏନ୍ଆଇସି ପାଖରେ ରହିବ ସିସିଟିଭି କଣ୍ଟ୍ରୋଲ୍ । ପରୀକ୍ଷା ଅଧିକାରୀଙ୍କ ଉପସ୍ଥିତରେ ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନପତ୍ର ପ୍ରିଣ୍ଟିଙ୍ଗ ମାର୍ଗଦର୍ଶିକା ଜାରି । ପ୍ରଶ୍ନପତ୍ର ଲିକ୍ ରୋକିବାଠୁ ଆରମ୍ଭ କରି ପରୀକ୍ଷା ହଲ୍ର ସୁରକ୍ଷା ଯାଏ ସମସ୍ତ ପ୍ରକାର ପରିଚାଳନା ବ୍ୟବସ୍ଥା କଡ଼ାକଡ଼ି ହେବ ।ଆଗାମୀ ଦିନରେ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସରକାରୀ କଲେଜ, ବିଶ୍ଵ ବିଦ୍ୟାଳୟରେ କରଯିବ। ପରୀକ୍ଷା ପରିଚାଳନା ସଂସ୍ଥାମାନେ ଆଉ ଅନ୍ୟ କେଉଁଠି ପ୍ରଶ୍ନପତ୍ର ଛପାଇ ପାରିବେ ନାହିଁ । ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଛପାଇବା ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ । ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ । ଏପରିକି ଆଗାମୀ ଦିନରେ ପରୀକ୍ଷା ପରିଚାଳନା ଦାୟିତ୍ଵକୁ କୌଣସି ଏଜେନ୍ସି କିମ୍ବା ଆଉଟସୋସିଂ ଦ୍ଵାରା ନହୁଏ ସେଥିପ୍ରତି କଡ଼ା ଆଭିମୁଖ୍ୟ ଆପଣାଇବେ ସରକାର ।ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ବ୍ୟବସ୍ଥା କରାଯିବ । ସରକାର ନିଯୁକ୍ତି ପରୀକ୍ଷାରେ ଶୂନ୍ୟ ସହନଶୀଳତା ନୀତିକୁ ଆପଣାଇଛନ୍ତି । ଉଭୟ ଅନ୍ଲାଇନ ଓ ଅଫଲାଇନ ମୋଡ଼ରେ ହେଉଥିବା ପରୀକ୍ଷାକୁ ସୁରକ୍ଷିତ ପରିବେଶ, ସ୍ଵଚ୍ଛତାର ସହ କରାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |