ଅଧଘଣ୍ଟା ଚାଲିଲା ପ୍ରଶ୍ନକାଳ, ୧୧ଟା ୩୦ଯାଏଁ ମୁଲତବୀ

ଭୁବନେଶ୍ବର,୨୪।୯: ଆଜି ବିଧାନସଭା ମୌସୁମୀ ଅଧିବେଶନ ଷଷ୍ଠ ଦିବସ। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ | ଗୃହ ମଧ୍ୟ ଭାଗକୁ ଯାଇ ନାରାବାଜି କରିବା ସହ ରାଜ୍ୟରେ ନାରୀ ଅସୁରକ୍ଷିତ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଗୃହରେ ପ୍ରତିବାଦ କରିଥିଲେ ସେମାନେ। କଂଗ୍ରେସ ବିରୋଧ ସତ୍ତ୍ଵେ ଚାଲିଥିଲା ପ୍ରଶ୍ନକାଳ। ଗୃହରେ ଉତ୍ତର ରଖୁଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।ଏହାପରେ କଂଗ୍ରେସ ବିଧାୟକଙ୍କୁ ସ୍ଥାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପରେ ବାଚସ୍ପତି ବାଧ୍ୟ ହୋଇ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!