ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ଦଶହରା ବୋନସ୍

ନୂଆଦିଲ୍ଲୀ,୨୪ା୯: ରେଲଓ୍ବେ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ରେଲଓ୍ବେ କର୍ମଚାରୀଙ୍କ ପାଇଁ ଘୋଷଣା କରିଛନ୍ତି ଦୀପାବଳି ବୋନସ। ବୁଧବାର କ୍ୟାବିନେଟ୍ ବୈଠକରେ ରେଳ କର୍ମଚାରୀଙ୍କୁ ପାଇଁ ୭୮ ଦିନର ପ୍ରଡକ୍ଟିଭ- ଲିଙ୍କ୍‌ଡ ବୋନସ (PLB)କୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୧,୮୬୬ କୋଟି ଟଙ୍କାର ବଜେଟ ରଖାଯାଇଥିବାବେଳେ, ପ୍ରାୟ ୧୦.୯୧ ଲକ୍ଷ ରେଳ କର୍ମଚାରୀ ଏହାଦ୍ବାର ଉପକୃତ ହେବେ।ଦଶହରା ପୂର୍ବରୁ ଆଗୁଆ ମିଳିବ ବୋନସ୍ । ଉପକୃତ ହେବେ ୧୦ ଲକ୍ଷ ୯୧ ହଜାର ରେଳ କର୍ମଚାରୀ । ୭୮ ଦିନର ପାଇବେ PLB(productivity linked bonus) ବୋନସ । ଏଥିପାଇଁ ଖର୍ଚ୍ଚ ହେବ ୧୮୬୫.୬୮ କୋଟି ଟଙ୍କା । ବୁଧବାର କେନ୍ଦ୍ର କ୍ୟାବିନେଟ ୧୦,୯୧,୧୪୬ ରେଳ କର୍ମଚାରୀଙ୍କୁ ୭୮ ଦିନର (PLB) ବୋନସ୍ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।ଏହି ବୋନସ ନନ ଗେଜେଟେଡ ରେଳ କର୍ମଚାରୀଙ୍କୁ ଦିଆଯିବ। ଯେଉଁଥିରେ ଟ୍ରାକ୍ ମେଣ୍ଟେନର, ଲୋକୋମୋଟିଭ ପାଇଲଟ, ଟ୍ରେନ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ସସିଆନ ହେଲପର, ପଏଣ୍ଟ୍ସମ୍ୟାନ ଏବଂ ଅନ୍ୟ ଗ୍ରୁପ୍ ସି କର୍ମଚାରୀ ରହିଛନ୍ତି। ଏହାଦ୍ବାରା ଭାରତୀୟ ରେଲଓ୍ବେର କାର୍ଯ୍ୟଦକ୍ଷତା ଏବଂ ପ୍ରଦର୍ଶନରେ ସେମାନଙ୍କର ଯୋଗଦାନକୁ ସମ୍ମାନ ମିଳିବ। ଗତ ବର୍ଷ ପ୍ରାୟ ୧୧ ଲକ୍ଷ ରେଲଓ୍ବେ କର୍ମଚାରୀଙ୍କୁ ଏହି ବୋନସ ମିଳିଥିଲା। ଏହାଦ୍ବାରା ସେମାନଙ୍କୁ କେବଳ ଉତ୍ସାହ ବଢ଼ିଥିଲା ତାହା ନୁହେଁ ବରଂ ପାର୍ବଣରେ କିଣାକିଣିକୁ ମଧ୍ୟ ପ୍ରୋତ୍ସାହନ ମିଳିଥିଲା।ତେବେ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁସାରେ ପାର୍ବଣରେ ବୋନସ କେବଳ କର୍ମଚାରୀଙ୍କ ପକେଟ ପର୍ଯ୍ୟନ୍ତ ସୀମିତ ନଥାଏ, ବରଂ ଏହା ଅର୍ଥବ୍ୟବସ୍ଥାରେ ଦୁଇଗୁଣା ପ୍ରଭାବ ପକାଏ। ଅର୍ଥାତ୍ ଏହି ଟଙ୍କା ମାର୍କେଟକୁ ଯାଇଥାଏ। ଯାହାଦ୍ବାରା ଚାହିଦା ବଢ଼ିଥାଏ ଏବଂ ଆର୍ଥିକ ଗତିବିଧି ବଢ଼ିଥାଏ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!