ବଢ଼ିଲା ୫୦୨୩ MBBS, ୫000 PG ସିଟ୍‌

ନୂଆଦିଲ୍ଲୀ,୨୪ା୯:  ସରକାର କଲେ ବଡ଼ ଘୋଷଣା । କ୍ୟାବିନେଟରେ ହେଲା ପାରିତ । ଡାକ୍ତରୀ ପରୀକ୍ଷା ଆଶାୟୀ ଏବଂ MBBS ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । କେନ୍ଦ୍ର କ୍ୟାବିନେଟ୍, ସାରା ଦେଶର ମେଡିକାଲ୍ କଲେଜ, ସ୍ନାତକୋତ୍ତର ପ୍ରତିଷ୍ଠାନ ଏବଂ ସରକାରୀ ହସ୍ପିଟାଲରେ ପିଜି ଏବଂ ୟୁଜି ସିଟ୍ ବୃଦ୍ଧି କରିବାକୁ ଅନୁମୋଦନ ଦେଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ସରକାରୀ ମେଡିକାଲ୍‌ କଲେଜ ଓ ହସ୍ପିଟାଲଗୁଡ଼ିକର ଉନ୍ନତି ଓ ସମ୍ପ୍ରସାରଣ ପାଇଁ ସେଣ୍ଟ୍ରାଲି ସ୍ପନ୍ସର୍ଡ ସ୍କିମ୍‌ (CSS) ଫେଜ୍‌-IIIକୁ ଅନୁମୋଦନ ଦେଇଛି। ଏହା ଅଧୀନରେ ୫୦୨୩ MBBS ଓ ୫୦୦୦ PG ସିଟ୍‌ ବୃଦ୍ଧି କରାଯିବ, ଯେଉଁଥିପାଇଁ ପ୍ରତି ସିଟ୍‌ ପାଇଁ ଖର୍ଚ୍ଚ ସୀମା ୧.୫ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି।୨୦୨୫-୨୬ରୁ ୨୦୨୮-୨୯ ମଧ୍ୟରେ ଏହି ଯୋଜନା ପାଇଁ ମୋଟ ୧୫୦୩୪.୫ କୋଟି ଟଙ୍କା ବ୍ୟୟ ହେବ, ଯେଉଁଥିରୁ କେନ୍ଦ୍ରର ଅଂଶ ୧୦୩୦୩.୨ କୋଟି ଓ ରାଜ୍ୟର ଅଂଶ ୪୭୩୧.୩ କୋଟି। ଏହା ଦେଶରେ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି, ନୂଆ ସ୍ପେସିଆଲିଟି ପ୍ରବର୍ତ୍ତନ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବ।ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାରୀ ମେଡିକାଲ୍ କଲେଜଗୁଡ଼ିକୁ ସୁଦୃଢ଼ ​​ଏବଂ ଆଧୁନିକୀକରଣ ପାଇଁ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ ମିଳିଛି। ଏହି ଯୋଜନା ଅଧୀନରେ, ୫୦୨୩ MBBS ସିଟ୍ ବୃଦ୍ଧି କରାଯିବ । ଖାଲି ସେତିକି ନୁହେଁ ପ୍ରତି ସିଟ୍ ପାଇଁ ସରକାରୀ ଖର୍ଚ୍ଚ ସୀମା ₹1.50 କୋଟିକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ସାରା ଦେଶରେ ମେଡିକାଲ୍ କଲେଜଗୁଡ଼ିକରେ MBBS ଏବଂ PG ସିଟ୍ ସଂଖ୍ୟା ବୃଦ୍ଧି ପାଇବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!