ଶିକ୍ଷା ବିଭାଗ ଅଧିକାରୀଙ୍କ ପାଇଁ ନୂଆ ନିୟମ

ଭୁବନେଶ୍ୱର,୨୮/୦୯:   କୌଣସି  ଶିକ୍ଷା ବିଭାଗରେ ଥିବା ଅଧିକାରୀ କିମ୍ବା କର୍ମଚାରୀ ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ଦିନ ରହିପାରିବେ  ନାହିଁ । ୩ବର୍ଷରୁ ଅଧିକ ଦିନ  ରହିଥିବା  ସମସ୍ତ ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯିବ ।  ଚଳିତ ବର୍ଷ ୫୦ ପ୍ରତିଶତ ଅଧିକାରୀ, କର୍ମଚାରୀ  ବଦଳି ହେବେ । ଆସନ୍ତାବର୍ଷକୁ ବାକି ରହିଯାଇଥିବା  ଅଣଶିକ୍ଷକଙ୍କୁ ବଦଳି କରାଯିବ। ଏନେଇ ନିଷ୍ପତ୍ତି  ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।ବିଭାଗ  ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଥିବା  ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଅବସରକୁ ଦୁଇ  ବର୍ଷ ବାକିଥିବା ଅଧିକାରୀଙ୍କୁ ବଦଳି କରାଯାଇପାରିବ  ନାହିଁ । ସେହିପରି ନିଜ ଜିଲ୍ଲା କିମ୍ବା ବ୍ଲକରେ କାର୍ଯ୍ୟ  କରିପାରିବେନି କୌଣସି ଅଧିକାରୀ । ଅନ୍ୟପଟେ  ବଦଳି ହେବା ପୂର୍ବରୁ ବିଭାଗର ପରାମର୍ଶ ଓ  ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ  ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଗତ ଅଗଷ୍ଟ ମାସ  ୨୦ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ଅଧିକାରୀଙ୍କ ବଦଳି ନେଇ ଏକ ମାର୍ଗଦର୍ଶିକା ଜାରି  ହୋଇଥିଲା । ଏଥିରେ ଥିବା ନିର୍ଦ୍ଦେଶନାମା ଅନୁଯାୟୀ  ବଦଳି କରାଯିବ । ଏପ୍ରିଲ୍‌ ୩୦ରୁ ଜୁନ୍‌ ୧୫ ତାରିଖ  ମଧ୍ୟରେ ବଦଳି କରାଯିବ । ଆସନ୍ତା ଏପ୍ରିଲ୍‌ ୩୦  ତାରିଖ ଯାଏ ଏହି ବିଭାଗ ଅଧୀନରେ ଥିବା ୫୦  ପ୍ରତିଶତ ଅଧିକାରୀଙ୍କୁ ଚଳିତ ବର୍ଷ ପାଇଁ ବଦଳି  କରାଯିବ । ତେବେ ଉଚ୍ଚପଦସ୍ଥ ଅଧିକାରୀଙ୍କ  ଅନୁମତି ନେଇ ବଦଳି କରାଯିବ ବୋଲି ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!