ଭୁନେଶ୍ବର,୨୮/୦୯: ଚଳିତ ବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ଗାନ୍ଧି ଜୟନ୍ତିରୁ ବିଜେଡିର ସଙ୍କଳ୍ପ ପଦଯାତ୍ରା ସଂକଳ୍ପ ନିଆଯିବ । ଏନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଅକ୍ଟୋବର ୯ରୁ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା ହେବ। ପୂର୍ବରୁ ବିଜେଡି ସରକାର ଯେଉଁ ରୂପାନ୍ତର ଆଣିଥିଲା, ସେ ନେଇ ଆଲୋଚନା ହେବ। ୧୫ ମାସର ସରକାରଙ୍କ ବିଫଳତା ନେଇ ଲୋକ ଅଭିଯୋଗ କଲେଣି। ପଦଯାତ୍ରାରେ ଏହି କଥା ସହ ନବୀନ ପଟ୍ଟନାୟକଙ୍କ ବିକାଶ ସମ୍ପର୍କରେ ଜଣାଯିବ। ପାର୍ବଣ ଦିନରେ ପଦଯାତ୍ରା ହେବନି। ଏଥିରେ ବିଜେଡିର ସମସ୍ତ ଛାମୁଆ ସଂଗଠନ ଯୋଗ ଦେବେ ବୋଲି ଦେବୀ ମିଶ୍ର କହିଛନ୍ତି । ବିଜେଡି ପଦଯାତ୍ରା କଥା କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ସେ କହିଛନ୍ତି, ପ୍ରତିବର୍ଷ ପରି ଏ ବର୍ଷ ବି ପଦଯାତ୍ରା ହେବ। ନଭେମ୍ବର ୯ ଯାଏଁ ହେବ। ପ୍ରତିବର୍ଷ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ହୁଏ। ନବୀନ ପଟ୍ଟନାୟକ ସରକାର ବିକାଶ କରିଥିଲେ। ହେଲେ ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ବିଜେପି ସରକାରକୁ ଆସି ବିକାଶକୁ ବନ୍ଦ କରି ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କରୁଛନ୍ତି । ହେଲେ ବନ୍ଦ ହୋଇପଡ଼ିଥିବା ୭୦ ମଦ ଦୋକାନ ଖୋଲି ଏହା କେମିତି କରିବେ ବୋଲି ପ୍ରଶ୍ନ କରିଥିଲେ । ଏକ ବର୍ଷ ଅନୁଭୂତି ଅନେକ ନିଶା, ନାରୀ ନିର୍ଯାତନା, ଚାଷୀ ଶୋଷଣର ଅନୁଭୂତି । ପରିବର୍ତ୍ତନ କଥା କହିଲେ, କେବଳ ରଙ୍ଗ ମାରି ପରିବର୍ତନ କରୁଛନ୍ତି । ପଂଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରିଛନ୍ତି। BSKY ପରିବର୍ତ୍ତନ କରି ରୋଗୀଙ୍କୁ ହଇରାଣ କରୁଛନ୍ତି । ଏ ସବୁ ବ୍ୟବସ୍ଥା କରି ଲୋକଙ୍କୁ ହଇରାଣ କରିବାକୁ ସରକାର କାମ କରୁଛନ୍ତି । ଏ ହେଉଛି ସରକାରଙ୍କ ପରିବର୍ତ୍ତନ। ସବୁ ମେଡିକାଲରେ ଡାକ୍ତର, ସବୁ ସ୍କୁଲରେ ଶିକ୍ଷକ, ନିଯୁକ୍ତି କଥା କହିଥିଲେ, ହେଲେ କଲେନି। ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା କାମ ବି ବନ୍ଦ କରିଦେଇଛନ୍ତି । ଦୁଇ କୋଟି ଚାକିରି କଥା କହିଲେ, ଏବେ ପକୋଡ଼ି ବିକିବାକୁ ଚାକିରି କହୁଛନ୍ତି । କଳା ଧନର ମିଛ ସ୍ଲୋଗାନ୍ ଦେଲା କେନ୍ଦ୍ର । ଏହାକୁ ଅନୁସରଣ କରୁଛନ୍ତି ରାଜ୍ୟ ବିଜେପି ନେତା। ବାଧ୍ୟ ହେଉଛନ୍ତି କେନ୍ଦ୍ର ନେତାଙ୍କ କଥା ଆଣିବାକୁ। ୨୦ ସାଂସଦଙ୍କ ମୁହଁ ଖୋଲୁନି । GST କାଉନସିଲରେ ଓଡ଼ିଶା ପାଇଁ ମୁହଁ ଖୋଲିଲେନି। ଯାହା ବିକାଶ, ନବୀନ ପଟ୍ଟନାୟକ ସମୟରେ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |