ନବରଙ୍ଗପୁର(ପ୍ରିୟଦର୍ଶିନୀ ପତ୍ର),୨୮।୯: ସେପ୍ଟେମ୍ବର ମାସର ଶେଷ ରବିବାର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅନୁଷ୍ଠିତ ମନ୍ କି ବାତ୍ କାର୍ଯ୍ୟକ୍ରମ ଡାବୁଗାଁ ମଣ୍ଡଳ ର ବିଭିନ୍ନ ବୁଥ ରେ ଅନୁଷ୍ଠିତ ହୋଇ ଯାଇଛି। ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର, ବିଜେପି ର ବରିଷ୍ଠ ନେତା ଜେ ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ମହେଶ ପାତ୍ର, ଜି କିରଣ, ପାଫିନ ମୁନି, ଜି ସତ୍ୟ ରାଓ, ଜିଲ୍ଲା ଦିସା କମିଟି ସଭ୍ୟ ଲକ୍ଷ୍ମୀ ଜାନୀ, ନରୁ ସିଂ, ଦିନେଶ ସିଂ, ରତନ କଲାର, ଜ୍ୟୋତ୍ସ୍ନା ନାୟକ, ଶଙ୍କର ରାଓ, ଭେଙ୍କଟ ରାଓ, ଏବଂ ଅନ୍ୟମାନେ ବିଭିନ୍ନ ବୁଥ ରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କାର୍ଯ୍ୟକ୍ରମ କୁ ଶେଷ ପର୍ଯ୍ୟନ୍ତ ଦେଖି ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |