କଟକ,୬ା୧୦: ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗୋଷ୍ଠୀ ବିବାଦକୁ ନେଇ କଟକ ବନ୍ଦ ଡାକରା ଦିଆଯାଇଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ ପୋଲିସ କଟକର ୧୩ଟି ଥାନା ଅଞ୍ଚଳରେ କର୍ଫୁ ଘୋଷଣା କରିଛନ୍ତି । କଟକରେ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନ ହେଉ ସେଥିପ୍ରତି ଧ୍ୟାନ ଦେଇ ପ୍ରଶାସନ କାମ କରୁଛି ।ସମ୍ବେଦନଶୀଳ ସ୍ଥାନଗୁଡିକରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅଧିକ ବସ ଚଳାଚଳ ନ କରିବା ପାଇଁ କୁହାଯାଇଛି । ପେଟ୍ରୋଲ ପମ୍ପ ସମେତ ମେଡିକାଲ ଖୋଲା ରହିବ । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ରହିଲେ ପୋଲିସ କଡା କାର୍ଯ୍ୟନୁଷ୍ଠାନ ନେବ ବୋଲି କହିଛି । ଆଇନକୁ ମାନି ଚାଲିବା ପାଇଁ କହିଛନ୍ତି ଡିଜି ୱାଇ ବି ଖୁରାନିଆ ।କଟକର ଦରଘାବଜାରରେ ପୋଲିସର ସ୍ୱତନ୍ତ୍ର କ୍ୟାମ୍ପ ଲଗାଯାଇଛି । ପୁଲିସ ଡିଜି ଡିଜି ୱାଇ ବି ଖୁରାନିଆ ଏହାର ନେତୃତ୍ୱ ତୁଲାଉଛନ୍ତି । ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଦିନ କଟକରେ ଦୁର୍ଗାପୂଜା ଭଷାଣୀ ଚାଲିଥିବା ବେଳେ ହାତୀପୋଖରୀଠାରେ ଗୋଷ୍ଠୀକନ୍ଦଳ ହୋଇଥିଲା । ଗତକାଲି ପୁଣିଥରେ ସେହିପରି ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ଭଷାଣିରେ ହୋଇଥିବା ଗଣ୍ଡଗୋଳକୁ ବିରୋଧ କରି ଆଜି କଟକ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |