ପୁରୀ,୬ା୧୦:୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାସ କାର୍ତ୍ତିକ । ସେଥିପାଇଁ ପୁରୀ ପ୍ରଶାସନର ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ । ଅନ୍ୟପଟେ କାର୍ତ୍ତିକ ମାସ ପାଇଁ ଆଜିଠୁ ପୁରୀରେ ଦେଖିବାକୁ ମିଳିଛି ନାହିଁନଥିବା ଭିଡ । ହବିଷ୍ୟାଳିମାନେ ବି ଆସି ପହଞ୍ଚିଲେଣି ପୁରୀ ବଡ ଦାଣ୍ଡରେ । ତେବେ ଚଳିତ ବର୍ଷ ହବିଷ୍ୟାଳିଙ୍କ ରହିବା ପାଇଁ ହୋଇଛି ୫ଟି ସ୍ଥାନରେ ବ୍ୟବସ୍ଥା । ଏନେଇ ସୂଚନା ଦେଇଛି ଶ୍ରୀ ମନ୍ଦିର ପ୍ରଶାସନ ।ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳିଙ୍କ ରହଣି ସ୍ଥାନରେ ପୋଲିସର ରହିବ କଡା ସୁରକ୍ଷା । ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ, ଶୌଚାଳୟ, ଅବଢା ପାଇବା ଆଦିକୁ ବିଶେଷ ଧ୍ୟାନରେ ରଖି ସୁବିଧା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ ।ଶ୍ୱେତଗଙ୍ଗା, ମାର୍କଣ୍ଡେଶ୍ୱର ଓ ନରେନ୍ଦ୍ର ପୁଷ୍କରିଣୀରେ ମଧ୍ୟ ହୋଇଛି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ପୁଷ୍କରିଣୀ ଦାୟିତ୍ବରେ ଜଣେ ଅତିରିକ୍ତ ଏସପି, ୬ ଇନସ୍ପେକ୍ଟର, ୬ ସବ ଇନସ୍ପେକ୍ଟର ରହିବେ । ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମାଆମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ସରକାରଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରୁଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |