ବାଲେଶ୍ୱର ସହରରେ ୨୧ ତାରିଖ ପର୍ଯ୍ୟନ୍ତ କଟକଣା

ବାଲେଶ୍ୱର, ୭।୧୦  : ବାଲେଶ୍ୱର ସହରରେ ୨୧ ତାରିଖ ପର୍ଯ୍ୟନ୍ତ କଟକଣା |ବାଲେଶ୍ୱର ସହର ସମେତ ପୌରାଞ୍ଚଳରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସୋମବାର ଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି । ରାତି ୧୦ ରେ ସମସ୍ତ ଦୋକାନ ବନ୍ଦ କରିବାକୁ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଚିଠି ନଂ ୨୪୮୩/୬.୧୦.୨୫ ଯୋଗେ ଅବଗତ କରାଇଛନ୍ତି । କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ବ୍ୟବସାୟିକ ଅନୁଷ୍ଠାନ ଓ ଦୋକାନଗୁଡିକ ରାତି ୧୦ ଟାରେ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୧ ତାରିଖ ଦୀପାବଳି ପର୍ଯ୍ୟନ୍ତ ଏହି ନିୟମ ମାନିବା ପାଇଁ ଦୋକାନୀଙ୍କୁ କୁହାଯାଇଛି । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ମଧ୍ୟ ଘୋଷଣା କରାଯାଇଛି । ପୂର୍ବରୁ ବହୁ ଦୋକାନୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ଖୋଲା ରଖୁଥିଲେ । ବହୁ ଗ୍ରାହକ ଓ ଜନସାଧାରଣଙ୍କ ଭିଡ଼ ଲାଗିରହୁଥିଲା । ଏପରିକି ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜୁଥିଲା । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲାପାଳ ବିକାଶ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!