ଆମେରିକାରେ ସଟ୍‌ଡାଉନ୍‌ ଯୋଗୁ ନାସା ଅଚଳ

ନୂଆଦିଲ୍ଲୀ ୦୮/୧୦: ଆମେରିକାରେ ସଟ୍‌ଡାଉନ୍‌ ଯୋଗୁ ଅଚଳ ହୋଇପଡ଼ିଛି ନାସା ।  ନାସାର ୧୫ ହଜାରରୁ ଅଧିକ କର୍ମଚାରୀ ଛୁଟିରେ ଅଛନ୍ତି । ପ୍ରାୟ ସମସ୍ତ ନିୟମିତ କାର୍ଯ୍ୟକ୍ରମ ଅଟକିଛି ।ଜଟିଳ ହାର୍ଡୱେର୍‌ ଓ ମହାକାଶଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କର କେବଳ ଗୋଟିଏ କୋର୍‌ ଗ୍ରୁପ୍‌ କାର୍ଯ୍ୟ କରୁଛି । ନାସାର ଔପଚାରିକ ଯୋଜନା ଅନୁସାରେ, ଆମେରିକା କଂଗ୍ରେସ ଦ୍ୱାରା ନୂଆ ପାଣ୍ଠି ଅନୁମୋଦିତ ନ ହେବା ଯାଏ ନାସା ନିଜର ସମସ୍ତ ଦୈନନ୍ଦିନ ଅପରେସନ୍‌ ଓ ବୈଜ୍ଞାନିକ କାର୍ଯ୍ୟକୁ ବାତିଲ କରିଛି । ନାସାର ସୋସିଆଲ ମିଡିଆ ପେଜ୍‌ କିମ୍ବା ଔପଚାରିକ ବ୍ଲଗ୍‌ରେ ମହାକାଶ କେନ୍ଦ୍ରରେ ବର୍ତ୍ତମାନ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ କିମ୍ବା ଗବେଷଣା ସମ୍ପର୍କିତ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ ।ସଟ୍‌ଡାଉନ୍‌ର ଦିନକ ପୂର୍ବରୁ ଅର୍ଥାତ୍‌ ଗତ ସେପ୍ଟେମ୍ବର ୩୦ରେ ଶେଷ ଥର ଏ ସମ୍ପର୍କିତ ସୂଚନା ଅପ୍‌ଡେଟ୍‌ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ ମିଶନ୍‌ଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି, କାରଣ ଏଗୁଡ଼ିକ ବାଧିତ ହେଲେ ମାନବ ଜୀବନ, ସୁରକ୍ଷା ଓ ସମ୍ପତ୍ତି ପ୍ରତି ବିପଦ ଆସିପାରେ । ଏଥିରେ ସ୍ପେସ୍‌ ଷ୍ଟେସନ୍‌ ଉପରେ ୨୪ ଘଣ୍ଟିଆ ନଜର ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସାମିଲ । ଅନ୍ୟ ଦେଶର ମହାକାଶଚାରୀଙ୍କ ସମେତ ଆମେରିକୀୟ ମହାକାଶଚାରୀମାନେ ସ୍ପେସ୍‌ ଷ୍ଟେସନ୍‌ରେ ରହି ବିଭିନ୍ନ ଅଧ୍ୟୟନ ଚଳାଇଛନ୍ତି ।ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅନ୍ତର୍ଜାତୀୟ ସହଭାଗିତା ରୂପେ ନାସା, ରୁଷ୍‌ର ରୋସ୍‌କୋସ୍‌ମୋସ୍‌, ୟୁରୋପର ୟୁରୋପୀୟ ମହାକାଶ ଏଜେନ୍ସି, ଜାପାନର ଜାକ୍ସା ଓ କାନାଡ଼ାର ସିଏସ୍‌ଏ ଭଳି ସହଭାଗୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଆମେରିକାର ପାଣ୍ଠି ଅନୁମୋଦନ ଅଟକିବା ସମୟରେ ମଧ୍ୟ ସ୍ପେସ୍‌ ଷ୍ଟେସନ୍‌ ଅପରେସନ୍‌ର ସଂଚାଳନା, ବୈଶ୍ୱିକ ସହଭାଗୀମାନଙ୍କ ସହ ସମନ୍ୱୟ ରକ୍ଷା ଏବଂ ଯେକୌଣସି ଆପାତକାଳର ମୁକାବିଲା ଲାଗି ହ୍ୟୁଷ୍ଟନ୍‌ଠାରେ ନାସା ଅଧିକାରୀ ମିଶନ୍‌ ନିୟନ୍ତ୍ରଣରେ ନିୟୋଜିତ ଥାନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!