ଭୁବନେଶ୍ୱର,୯ା୧୦: ବଜ୍ରପାତରେ ଜଳିଗଲା ଲିଙ୍ଗରାଜଙ୍କ ବାନା । ଗତକାଲି ପ୍ରବଳ ବର୍ଷା ଓ ଘଡ଼ଘଡ଼ିରେ ଏପରି ହୋଇଥିବା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରର ବାନା ପୋଡ଼ି ଯାଇଛି। ବଜ୍ରପାତରେ କିଛି ସିସିଟିଭି ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏପରିକି ଗର୍ଭଗୃହରେ ଲାଗିଥିବା ବିଜୁଳି ବଲ୍ ବି ପୋଡ଼ି ଯାଇଛି। ଆଜି ସକାଳେ ମନ୍ଦିର ସେବାୟତ ସବୁ ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି। ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି ତାହା ସ୍ପଷ୍ଟ ହୋଇନି। ବାନା ପୋଡ଼ି ଯିବା ପରେ ଏଏସଆଇ ଟିମ୍ ଲିଙ୍ଗରାଜ ମନ୍ଦିରକୁ ଯାଇ ଅନୁଧ୍ୟାନ କରିଛି।ଶ୍ରୀଲିଙ୍ଗରାଜ ମନ୍ଦିର ଅନୁଧ୍ୟାନ କରିଛନ୍ତି ଏଏସ୍ଆଇ ଅଧୀକ୍ଷକ। ଅନୁଧ୍ୟାନ ପରେ ସେ କହିଛନ୍ତି ଯେ ବଜ୍ରପାତରେ ମନ୍ଦିରର କୌଣସି କ୍ଷତି ହୋଇନି। ପତାକା ପୋଡିନି ପବନରେ ଚିରି ଯାଇଛି। ଆର୍ଥିଂ ଆରେଷ୍ଟର ଯୋଗୁଁ କିଛି କ୍ଷତି ହୋଇନି। ଆର୍ଥିଂ ଯାଞ୍ଚ ପାଇଁ କେନ୍ଦ୍ର ପୂର୍ତ୍ତ ବିଭାଗକୁ କୁହାଯାଇଛି।ବୁଧବାର ମଧ୍ୟାହ୍ନରେ ବଜ୍ରପାତ ଯୋଗୁ ମନ୍ଦିରର ବାନା ଜଳି ଯାଇଥିବା କୁହାଯାଇଥିଲା । ପ୍ରବଳ ବର୍ଷା ଓ ଘଡଘଡିରେ ଏପରି ହୋଇଥିବା ଜଣାପଡିଛି । ଲିଙ୍ଗରାଜ ମନ୍ଦିରର ବାନା ପୋଡି ଯାଇଥିବା ବେଳେ ସିସିଟିଭ ନଷ୍ଟ ହୋଇଥିବା କୁହାଯାଇଥିଲା । ଏପରିକି ଗର୍ଭଗୃହରେ ଲାଗିଥିବା ବିଜୁଳି ବଲ୍ ବି ପୋଡି ଯାଇଥିବା ସେବାୟତ କହିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |