ଏସପି ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୯ା୧୦:ପୁଲିସ ବିଭାଗର ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ୧୯ଜଣ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏଥିମଧ୍ୟରୁ ଆଲୋକ କୁମାର ଜେନା ବଲାଙ୍ଗିରର ଅତିରିକ୍ତ ଏସପି ଥିବା ବେଳେ ତାଙ୍କୁ ବ୍ରହ୍ମପୁରକୁ ବଦଳି କରାଯାଇଛି । ବ୍ରହ୍ମପୁରର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କୁ ତାଳଚେରକୁ ବଦଳ କରାଯାଇଛି । ସେହିପରି ବରଗଡର ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି ।ଅମ୍ରିତ କୁମାର ପଣ୍ଡା, ସ୍ୱାସ୍ତିକ ପଣ୍ଡା, ସୌରଭ ଓତା ବରଗଡ ଅତିରିକ୍ତ ଏସପି ଥିବା ବେଳେ ତାଙ୍କୁ କଟକ ହେଡକ୍ୱାଟରକୁ ବଦଳି କରାଯାଇଛି । ପ୍ରଭାତ କୁମାର ବିଶ୍ୱାଳ, ସଞ୍ଜିବ ଶତପଥୀ, ସସ୍ମିତା ସାହୁ, ଅଶ୍ୱନୀ କୁମାର ନାଏକ, ଦେବଜିତ ଭଟ୍ଟାଚାର୍ଯ୍ୟ, ପ୍ରଦୀପ କେରକେଟା, ଗୁଣନିଧି ମଲ୍ଲିକ, ଆକାଶ ଚନ୍ଦ୍ର ସାହୁ, ହରପ୍ରିୟା ନାୟକ, ସତ୍ୟବିକାଶ ଭୂୟାଁ, ଅଂଶମାନ ଦ୍ୱିବେଦୀ, ସ୍ନେହାଶିଷ ସାହୁ, ପ୍ରକାଶ ଜେମ୍ସ ଟପୋଙ୍କୁ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!