ଭିଜିଲାନ୍ସ ଜାଲରେ OAS ଅଧିକାରୀ

ଗଞ୍ଜାମ,୮/୧୦ :  OAS ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଲଗୁଣ୍ଠା ଏନଏସି ଅଧିକାରୀ। ଲାଞ୍ଚ ନେବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଓଏସ୍ ବନମାଳୀ ଶତପଥୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ।ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଏବଂ ଏରିୟର କରାଇଦେବାକୁ ନେଉଥିଲେ ଲାଞ୍ଚ। ଲାଞ୍ଚ ନେଇ ଧରାପଡ଼ିବା ପରେ ବନମାଳୀଙ୍କ ୩ଟି ସ୍ଥାନରେ ଚାଲିଛି ଚଢ଼ାଉ। ଗଞ୍ଜାମ ବେଲକୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ରିଲିଜ୍‌ ଅର୍ଡର ଓ ଏରିୟର କରାଇଦେବାକୁ ଲାଞ୍ଚ ନେଉଥିଲେ।   ଧରାପଡିବା ପରେ OAS ଅଧିକାରୀଙ୍କ ୩ଟି ସ୍ଥାନରେ ରେଡ୍‌ ଆରମ୍ଭ ହୋଇଛି। ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ମଧ୍ଯ ଚଢାଉ କରିଛି। ଏହାପରେ ଭିଜିଲାନ୍ସ ଟିମ୍ ବନମାଳୀଙ୍କୁ ଅଧିକ ଜେରା ପାଇଁ ବ୍ରହ୍ମପୁର ଏସପି ଅଫିସକୁ ନେଇଛନ୍ତି। ଘଟଣାରୁ ପ୍ରକାଶ ଯେ ବେଲଗୁଣ୍ଠା ଏନ୍ଏସିରେ ଏମ୍ ଆଇ ଏସ ସରୋଜ ଜେନା ଚାକିରି କରୁଥିଲେ। ତାଙ୍କର ୩ ମାସ ପୂର୍ବେ ନୟାଗଡ଼ ମ୍ୟୁନିସିପାଲଟିକୁ ବଦଳି ହୋଇଯାଇଥିଲା । ଏହାପରେ ସରୋଜ ନୟାଗଡ଼ ଚାଲି ଯାଇଥିଲେ। କିନ୍ତୁ ତାଙ୍କର ଏଲପିସି ଯାଇନଥିଲା। ଏନେଇ ସରୋଜ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଏଲପିସି ପଠାଇବା ପାଇଁ ବହୁବାର ଅନୁରୋଧ କରିଥିଲେ। କିନ୍ତୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶତପଥି ଏଲପିସି ପଠାଇବା ପାଇଁ ୨୫ ହଜାର ଟଙ୍କା ଦାବି କରିଥିଲେ। ଫଳରେ ସରୋଜ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ର ସହଯୋଗ ଲୋଡିଥିଲେ। ଆଜି ସକାଳ ପ୍ରାୟ ୯ଟା ସମୟରେ ପୂର୍ବ ଯୋଜନା ପ୍ରକାରେ ସରୋଜ କାର୍ଯ୍ୟନିର୍ବାହୀ ଅଧିକାରୀ ଲଙ୍କୁ କେମିକାଲ ବୋଲା ଟଙ୍କା ଅଫିସ୍ ଛକରେ ଦେଇଥିଲେ। ଏହି ସମୟରେ ଅଫିସ୍ ଛକରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ବନମାଳୀଙ୍କୁ କାବୁ କରିନେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!