ରାଜଧାନୀକୁ ବୁଡ଼ାଇଲା ପ୍ରାୟ ଦୁଇ ଘଣ୍ଟାର ନନଷ୍ଟପ ବର୍ଷା

ଭୁବନେଶ୍ୱର,୮।୧୦:ରାଜଧାନୀକୁ ବେହାଲ୍ କଲା ନନଷ୍ଟପ୍ ବର୍ଷା।  ଚାରିଆଡ଼େ ଜଳ ପ୍ରଳୟ, ଜଳବନ୍ଦୀ ଅବସ୍ଥା। ରାସ୍ତାରେ ଲହଡ଼ି ଭାଙ୍ଗିଲା, ଲୋକଙ୍କ ଘରେ ପଶିଲା। କେଉଁଠି ଅଣ୍ଟାଏ ତ ଆଉ କେଉଁଠି ବହିଲା ଆଣ୍ଠୁଏ ଲେଖାଏଁ ପାଣିର ପ୍ରଖର ସୁଅ। ଆଜି ମଧ୍ୟାହ୍ନରେ ଭୁବନେଶ୍ବରରେ ଅବିଶ୍ରାନ୍ତ ବର୍ଷା ଏମିତି କିଛି ବିତ୍ପାତ ରଚିଥିଲା। ବେଶ କିଛି ସମୟ ଅତି ଭୀଷଣ ଭାବରେ ଜନଜୀବନ ଘାଣ୍ଟି ସନ୍ତୁଳି ହେବା ସହ ଠପ୍ ହୋଇଗଲା ଜୀବନଯାତ୍ରା।ସାଢ଼େ ୧୨ଟା ବେଳକୁ ଅଚାନକ ବିଗିଡ଼ିଥିଲା ପାଗ। କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଗର୍ଜନ ଛାଡିଥିଲା ବିଜୁଳି ଘଡ଼ଘଡ଼ି। ଆକାଶରୁ ଝରିଥିଲା ମୂଷଳଧାରାରେ ବର୍ଷା। ଏତେ ବର୍ଷିଲା ଯେ କିଛି ସମୟ ଭିତରେ ରାସ୍ତାଘାଟ ଉଛୁଳିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!