SI ନିଯୁକ୍ତି ଦୁର୍ନୀତି ମାମଲା: ୧୧୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର ,୮।୧୦: ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ୧୧୯ ଜଣ ଗିରଫଙ୍କ ଜାମିନ ଖାରଜ । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ଗିରଫଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ପର୍ଯ୍ୟାୟ କ୍ରମେ ୧୧୯ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୧୧୪ ପରୀକ୍ଷାର୍ଥୀଙ୍କ ସହ ୫ ଜଣ ଦଲାଲଙ୍କୁ ଗିରଫ କରି ଜେଲ୍ ପଠାଇଛି । ବୁଧବାର ୧୧୯ ଜଣଙ୍କ ଜାମିନ ଆବେଦନ କରାଯାଇଥିବା ବେଳେ ସମସ୍ତଙ୍କ ଜାମିନ ଆବେଦନ ଖାରଜ କରାଯାଇଛି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ସମସ୍ତଙ୍କ ଜାମିନ ଖାରଜ କରିଛନ୍ତି । ଏନେଇ ପି ପି ବିଶ୍ୱଜିତ ବରାଳ ସୂଚନା ଦେଇଛନ୍ତି ।ଏହି ନିଯୁକ୍ତି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ସନ୍ଦେହ ହେବା ପରେ ସ୍ଥଗିତ ରଖାଯାଇଥିଲା। ଏହି ଘଟଣାର ତଦନ୍ତ ପରେ କ୍ରାଇମ ବ୍ରାଞ୍ଚ ପୋଲିସ ୧୧୯ ଜଣଙ୍କୁ ଗିରଫ କରିଥିଲା। ତଦନ୍ତରେ ପ୍ରାଥମିକ ପ୍ରମାଣ ଅନୁଯାୟୀ, ଏସଆଇ ନିଯୁକ୍ତି ଦୁର୍ନୀତି ପଛରେ ଏକ ସଂଗଠିତ ଅପରାଧୀ ସିଣ୍ଡିକେଟର ସମ୍ପୃକ୍ତି ରହିଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!