ଉପର ପଡ଼ିଆରେ ହେବ କଟକ ଐତିହାସକ ବାଲିଯାତ୍ରା

କଟକ ,୯।୧୦: କଟକ ବାଲିଯାତ୍ରା ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କଲେନାହିଁ ହାଇକୋର୍ଟ । ବାଲିଯାତ୍ରା ଗ୍ରାଉଣ୍ଡ୍‌ ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା । ଏ ନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ । ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରାଯାଇଛି । ବାଲିଯାତ୍ରା ଗ୍ରାଉଣ୍ଡର ୫ କି.ମି. ପରିଧି ପାଇଁ କଟକଣା ଜାରି ହୋଇଛି । ପାରା ଗ୍ଲାଇଡର୍ସପାରା ମୋଟର୍ସପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା ହୋଇଛି । ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟହଟ୍‌ ଏୟାର ବେଲୁନ, UAV, ଡ୍ରୋନ୍‌ ମଧ୍ୟ ମନା କରାଯାଇଛି ।ଐତିହାସିକ ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜିତ ହେବ ।ଏହା ପ୍ରଶାସନର ଦାୟିତ୍ୱ ଏବଂ ଶୃଙ୍ଖଳିତ ଭାବେ କିପରି ବାଲିଯାତ୍ରା ସମ୍ପାଦନ କରିହେବତା ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । ଗୁରୁବାର କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ତେବେ ପୂର୍ବ ରାୟର କାର୍ଯ୍ୟକାରିତା ସମ୍ପର୍କରେ କଟକ ଜିଲ୍ଲାପାଳ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତିତାକୁ ନେଇ ବେଶ ଲମ୍ବା ସମୟ ଧରି ତର୍ଜମା ଚାଲିଥିଲା । ତେବେ ବାଲିଯାତ୍ରା ସ୍ଥାନ ନିରୂପଣ ବାବଦରେ ପୂର୍ବରୁ କୌଣସି ନିର୍ଦ୍ଦେଶ ହୋଇନାହିଁଏଣୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ ।ବାଲିଯାତ୍ରା ଆୟୋଜନ କରିବା ହେଉଛି ପ୍ରଶାସନର ଦାୟିତ୍ୱତେବେ ବାଲିଯାତ୍ରା ବେଳେ ଯେପରି ରାସ୍ତା ଅବରୋଧ ନହୁଏଯେପରି ଶବ୍ଦ ପ୍ରଦୂଷଣ ନହେବ ତା ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ହୋଇଛି । କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀ ମାନଙ୍କୁ ଉପଯୁକ୍ତ ସ୍ଥାନରେ ଏବଂ ବିନା ମୂଲ୍ୟରେ ଥଇଥାନ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ହୋଇଛି । ଚଳିତ ବର୍ଷ କେବଳ ତଳ ପଡିଆରେ ବାଲିଯାତ୍ରା କରାଇବା ଲାଗି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । ଯାହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।​​​​​​​

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!