ପୋଲିସ କର୍ଡନରେ ଦରଘାବଜାର

କଟକ ,୧୦୧୦ ସମ୍ପ୍ରଦାୟ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିବା ନେଇ ଗୁଜବ ହେବା ପରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରର ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଖାସ୍ କରି ଦରଘାବଜାର ଅଞ୍ଚଳକୁ ପୁରା ପୋଲିସ କର୍ଡନ ଭିତରେ ରଖାଯାଇଛି । ଖୋଦ୍ କଟକ ଡିସିପି ବିଭିନ୍ନ ସ୍ଥାନରେ ବୁଲି ବୁଲି ଯାଞ୍ଚ କରୁଛନ୍ତି ।ସେପଟେ ଦଶହରା ଭସାଣି ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟଣାକୁ ନେଇ ତାତି କମିନଥିବା ବେଳେ କାଳୀ ପୂଜାକୁ ନେଇ ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଭିନ୍ନ ପୂଜା କମିଟି । ତେବେ କଟକରେ ଶାନ୍ତି ରକ୍ଷା କରିବା ସହ ଆଗାମୀ ପୂଜା କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେ ନେଇ ପ୍ରଶାସନ ସଠିକ୍ ପଦକ୍ଷେପ ଗ୍ରହଣ କରିବାକୁ ପୂଜା କମିଟି କହିଛି । ସେପଟେ ଗଣ୍ଡଗୋଳ ଘଟଣାକୁ ନେଇ ପୋଲିସ ହାତୀପୋଖରୀ ଓ କଦମ ଏ ରସୁଲ ଅଞ୍ଚଳର ବିଭିନ୍ନ ଘର ବୁଲି ସର୍ଚ୍ଚ କରିଥିଲା । ବ୍ୟାପକ ପୋଲିସ ବଳୟ ଭିତରେ ଏହି ସର୍ଚ୍ଚ କରାଯାଇଥିଲା । ଗଣ୍ଡଗୋଳ ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୁରୁବାର ୩ ଜଣଙ୍କୁ ଗିରଫ କରାଯାଇଛି ଆଗକୁ ଗିରଫଦାରୀ ବଢିବ ବୋଲି ପୋଲିସ କହିଛି କଟକରେ କାଳୀ ପୂଜା ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ପୂଜା କମିଟି । ପୂଜା କମିଟି ପକ୍ଷରୁ ମାଙ୍କ ମୂର୍ତ୍ତି ପାଇଁ ନଡ଼ା ବନ୍ଧା କାମ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ମଣ୍ଡପରେ ମାଙ୍କ ମାଟି କାମ ମଧ୍ୟ ହେଲାଣି । ହେଲେ କଟକ ସହରରେ ଘଟିଯାଇଥିବା ହିଂସାକୁ ନେଇ ସମସ୍ତେ ସଙ୍କା ଭିତରେ ରହିଛନ୍ତି  ଭସାଣି ବିଶୃଙ୍ଖଳା ଓ ପରବର୍ତ୍ତୀ ହିଂସାକାଣ୍ଡକୁ ରୋକିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା କମିଶନରେଟ୍ ପୋଲିସ । ଯାହାକୁ ନେଇ କଟକରେ କର୍ଫ୍ୟୁ ଭଳି ପରିସ୍ଥିତି ଉପୁଜିଥିଲା  ଯଦିଓ ଏବେ ସହରରେ ଶାନ୍ତି ଫେରିବା ସହ ସ୍ଥିତି ସ୍ଵାଭାବିକ ଆଡ଼କୁ ଯାଉଛି । କାଳୀ ପୂଜା, କର୍ତ୍ତିକେଶ୍ୱର ପୂଜା ଓ ବାଲିଯାତ୍ରା କିଭଳି ଶୃଙ୍ଖଳିତ ଭାବେ ହେବ ସେ ନେଇ ପ୍ରଶାସନ ଏବେ ଠାରୁ ଉଦ୍ୟମ କରିବା ସହ ଶାନ୍ତି ବଜାୟ ରହିବା ଦିଗରେ ସମସ୍ତଙ୍କୁ ନେଇ କାର୍ଯ୍ୟ କରୁ ବୋଲି ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ କୁହାଯାଇଛି । ସହରରେ କିଭଳି ଆସୁଥିବା ପୂଜା ପାର୍ବଣକୁ ନେଇ ପ୍ରଶାସନ କାମ କରୁ ବୋଲି ମତ ଦେଇଛନ୍ତି ବିଭିନ୍ନ ପୂଜା କମିଟି 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!