ରାୟଗଡା, ୯/୧୦:(ସନ୍ତୋଷ ତ୍ରିପାଠୀ) ରାୟଗଡା ପୌରପରିଷଦର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ହାଇକୋର୍ଟ ରୋକ ଲଗେଇଛନ୍ତି। ଆଜି ଭୋଟ ଗ୍ରହଣ ହୋଇଥିବା ବେଳେ କୋର୍ଟଙ୍କ ନିର୍ଦେଶ ଅନୁଯାଇ ଗଣତି ଓ ଫଳାଫଳ ଘୋଷଣା ହୋଇପାରିଲା ନାହିଁ। ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫ ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି । ପୋୖର ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କୁ ଆଶସ୍ତି ମିଳିଥିବା ବେଳେ ପୂର୍ବତନ ସାଂସଦ ଭାସ୍କର ରାଓଙ୍କ ଗୋଷ୍ଠୀକୁ ଝଟକା ଲାଗିଛି। ପୌର ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡା ବିରୋଧରେ ଅଣାଯାଇଥିବା ଅନସ୍ଥା ପ୍ରସ୍ତାବ ନୋଟିସର କୌଣସି ବୈଧ କିମ୍ବା ବିଶେଷ କାରଣ ନଥାଇ ଅନସ୍ଥା ଅଣାଯାଇଛି ବୋଲି ଶ୍ରୀମତି ପଣ୍ଡା ହାଇକୋର୍ଟରେ ନ୍ୟାୟ ପାଇଁ ଆଶ୍ରୟ ନେଇଥିଲେ। ମାନ୍ୟବର ହାଇକୋର୍ଟ ଆଜି ପୂର୍ବାହ୍ନରେ ମାମଲାର ଶୁଣାଣି କରି କୋର୍ଟରେ ଚୂଡାନ୍ତ ରାୟ ଶେଷ ନହେବା ପର୍ଯ୍ୟନ୍ତ ଭୋଟ ଫଳାଫଳ ଘୋଷଣା ହୋଇପାରିବ ନାହିଁ ବୋଲି ରୋକ ଲଗାଇଥିଲେ। ଏହି ସମ୍ପର୍କରେ ତୁରନ୍ତ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣିଙ୍କୁ କୋର୍ଟ ପକ୍ଷରୁ ଅବଗତ କରାଯାଇଥିଲା। ଭୋଟିଂ ପ୍ରକ୍ରିୟା ଚାଲୁ ରହିଥିବା ବେଳେ କୋର୍ଟ ନିର୍ଦେଶ ସମ୍ପର୍କରେ ଜିଲ୍ଲାପାଳ ଭୋଟିଂ ପରିଚାଳନା କରୁଥିବା ଉପ ଜିଲ୍ଲାପାଳ ରମେଶ ଜେନାଙ୍କୁ ଜଣାଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଉପସ୍ଥିତ କାଉନସିଲର ମାନଙ୍କ ଭୋଟ ଗ୍ରହଣ କରାଯାଇ ଭୋଟ ବକ୍ସକୁ ସିଲ କରି ଦିଆଯାଇଥିଲା। କିନ୍ତୁ ଗଣତି କିମ୍ବା ଫଳାଫଳ ଘୋଷଣା ହୋଇପାରିନଥିଲା। ଏହାକୁ କେନ୍ଦ୍ର କରି ପୋୖର ପାଳିକା କାର୍ଯ୍ୟଳୟ ନିକଟରେ ଭିଡ଼ ଜମିଥିବା ବେଳେ ନାଟକୀୟ ପରିସ୍ଥିତି ଦେଖାଯାଇଥିଲା। ହଠାତ କିଛି ଦଳୀୟ କର୍ମୀ ଓ ନେତା ପତାକା ଧରି ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଦେବା ଘଟଣାକୁ ନେଇ କିଛି ସମୟ ସମସ୍ତଙ୍କୁ ସସପେନ୍ସରେ ପକାଇ ଦେଇଥିଲା। ପରେ ହାଇକୋର୍ଟର ନିର୍ଦେଶ ଆସିବା ପରେ ବିଜୁ ଜନତା ଦଳ କର୍ମୀ ମାନେ ଆନନ୍ଦରେ ଉତ୍ସବ ମନେଇଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗୁରୁବାର ଦିନ ପୂର୍ବାହ୍ନରେ ଅନସ୍ଥା ପ୍ରସ୍ତାବ ଆଣି ଅଜ୍ଞାତରେ ଥିବା ବିଜେଡିର ୧୯ ଜଣ କାଉନସିଲର ଏକାଠି ହୋଇ ପୋୖର ପାଳିକା କାର୍ଯ୍ୟଳୟ ସମ୍ମିଳନୀ କକ୍ଷକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା। ସେହିପରି ଅନାସ୍ଥା ପ୍ରସ୍ତାବ ସାମ୍ନା କରୁଥିବା ପୋୖର ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡା ଏବଂ ହୁଇପ ନିରୀକ୍ଷଣ ପାଇଁ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ସହ ମଧ୍ୟ ସମ୍ମିଳନୀ କୋଠରୀ ମଧ୍ୟକୁ ପ୍ରବେଶ କରିଥିବା ବେଳେ ୧୩ ନମ୍ବର ୱାର୍ଡର କାଉନସିଲର ପ୍ରତିମା ପାଣିଗ୍ରାହୀ ଏକୁଟିଆ ଆସିଥିବା ଦେଖିବାକୁ ମିଳିଥିଲା। ତେବେ ବିଜେପିର ଦୁଇ ଜଣ ଏବଂ କଂଗ୍ରେସ ଦଳର ଜଣେ କାଉନସିଲର ଅନୁପସ୍ଥିତ ରହିଥିଲେ। ନିର୍ଦ୍ଧାରିତ ସମୟରେ କଢ଼ା ସୁରକ୍ଷା ମଧ୍ୟରେ ଭୋଟିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ବାହାରେ ରାଜନୈତିକ ଉତ୍ସୁକତା ପ୍ରବଳ ମାତ୍ରରେ ଦେଖାଯାଇଥିଲା। ଭୋଟିଙ୍ଗ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ରେ ପରିଚାଳନା ପାଇଁ ୨ ପ୍ଲାଟୁନ ପୁଲିସ ମୃତୟନ କରାଯାଇଥିଲା। ଉଲେଖଯୋଗ୍ୟବୁଧୁବାର ଦିନ ବିଜୁ ଜନତା ଦଳର ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ପୌର (ସଂଶୋଧନ) ନିୟମ ୨୦୧୮ର ନିୟମ ୪୬ଖ ଦ୍ୱାରା ଦିଆଯାଇଥିବା କ୍ଷମତା ବ୍ୟବହାର କରି ଦଳୀୟ କାଉନସିଲରଙ୍କୁ ଦଳୀୟ ପତ୍ର ମାଧ୍ୟମରେ ଅନାସ୍ଥା ବିରୋଧ ରେ ଭୋଟ ପାଇଁ ହ୍ବିପ ଜାରି କରିଥିଲେ । ଏହା ପରେ ବିଜେଡି ସମର୍ଥିତ ପୌର ଉପାଧ୍ୟକ୍ଷା ଶୁଭ୍ରାଙ୍କ ବିରୋଧରେ ଆଗତ ଅନାସ୍ଥା ନେଇ ରାଜନୀତି ଜୋର ଧରିଥିଲା। ଏହା ପୂର୍ବରୁ ବିଜେଡି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ଦଳର ୧୯ ଜଣ କାଉନସିଲର ସମେତ ପୋୖର ଅଧ୍ୟକ୍ଷ ମହେଶ ପଟନାୟକଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପୋୖର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ବ୍ୟତୀତ କାଉନସିଲର କେହି ହେଲେ ନୋଟିସର ଉତ୍ତର ଦେଇନଥିଲେ।ସୂଚନାଯୋଗ୍ୟ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ବିଜେଡି କାଉନସିଲର ମାନଙ୍କୁ ଅଣଦେଖା କରି ଆସୁଥିବା ଓ କୌଣସି କାମରେ ସହଯୋଗ କରୁ ନଥିବା ଅଭିଯୋଗ କରି ବିଜେଡ଼ିର ୧୯ ଜଣ କାଉନସିଲର ଗତ ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ସମେତ ପୂର୍ବତନ ରାୟଗଡା ବିଧାୟକ ଲାଲାବିହାରୀ ହିମିରିକା ବିଜେଡି ରୁ ଇସ୍ତଫା ଦେବା ପରେ ଉପାଧକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପୋୖର ଉପାଧ୍ୟକ୍ଷ ପଦବୀ ପାଇଁ ଅନସ୍ଥାର ବିଶେଷ ଗୁରୁତ୍ୱ ନଥିଲେ ମଧ୍ୟ ରାୟଗଡାରେ ବିଜୁଦର ସାମ୍ପ୍ରତିକ ପରିସ୍ଥିତିରେ ଆଜି ଏହାପୂର୍ବତନ ସାଂସଦ ତଥା ବିଜୁ ସ୍ବାଭିମାନ ମଞ୍ଚର ଆବାହକ ଭାସ୍କର ରାଓ ଏବଂ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା , ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସୁଧୀର ଦାଶଙ୍କ ନିମନ୍ତେ ସମ୍ମାନର ପ୍ରଶ୍ନ ଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |