ଭୁବନେଶ୍ୱର,୧୦।୧୦: ରାଜ୍ୟ ସରକାର ଚାଲାଣ ଜରିମାନାରେ ୫୦ ପ୍ରତିଶତ କୋହଳ ଘୋଷଣା କରି ଗାଡ଼ି ଚାଳକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଜୁଲାଇ ୩୧ କିମ୍ବା ତା ପୂର୍ବରୁ ଇ ଚାଲାଣ କଟିଥିଲେ ଫାଇନ୍ କୋହଳ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି। ଫାଇନ୍ ୫୦ ପ୍ରତିଶତ କୋହଳ କଲେ ରାଜ୍ୟ ସରକାର।୫୦ ହଜାର ବଦଳରେ ଦେବାକୁ ହେବ ୨୫ ହଜାର ଟଙ୍କା । ୧୦ ହଜାର ବଦଳରେ ୫ ହଜାର, ୫ ହଜାର ବଦଳରେ ୨୫୦୦ ଫାଇନ୍ ।ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆବଶ୍ୟକତା ଠାରୁ ଅଧିକ ଏବଂ ବିନା ବୈଧ ଲାଇସେନ୍ସରେ ଲାଇସେନ୍ସ କଟିଥିଲେ ୫,୦୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ପୈଠ କରିବେ। ସେହିପରି ବୈଧ ଲାଇସେନ୍ସ ବିନା ଗାଡ଼ି ଚଲାଇ ୫,୦୦୦ ଟଙ୍କାର ଚାଲାଣ କଟିଥିଲେ ୨,୫୦୦ ଟଙ୍କା ଦେବାକୁ ପଡ଼ିବ।କୌଣସି ପରିସ୍ଥିତିରେ ଚାଲାଣ କଟିଥିବା ଲୋକଙ୍କୁ ଜରିମାନାର ୫୦ ପ୍ରତିଶତ ପୈଠ କରିବାକୁ ହେବ। ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କର ଚାଲାଣ କଟିଛି, ଏଥି ପାଇଁ ମୋଟ୍ ପରିମାଣର ୫୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ। ଡ୍ରାଇଭର ଅଥବା ପାସେଞ୍ଜର ବିନା ସିଟ୍ ବେଲ୍ଟରେ ଯାତ୍ରା ସମୟରେ ଚାଲାଣ କଟିଥିଲେ ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ବାଇକ୍ରେ ଆବଶ୍ୟକତା ଠାରୁ ଅଧିକ ଯାଉଥିବା ଅଭିଯୋଗରେ କଟିଥିବା ଚାଲାଣର ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଦେବାକୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |