ଭୁବନେଶ୍ୱର,୧୨।୧୦:୯୦ଟି ମାଛର ଦାମ ୧ କୋଟି ଟଙ୍କା। ଜାଲରେ ପଡିଲା କୋଟିଏ ଟଙ୍କାର ମାଛ। ଆଜି ସକାଳେ, ଓଡିଶା ପଶ୍ଚିମ ବଙ୍ଗ ସୀମା ଦୀଘା ମୁହାଣରେ ୯୦ଟି ତେଲିଆ ଭୋଳା ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା, ଯାହାକୁ ପ୍ରାୟ ଏକ କୋଟି ଟଙ୍କାରେ ନିଲାମ କରାଯାଇଥିଲା। କିନ୍ତୁ ରବିବାର ବାଲେଶ୍ଵର ଜିଲା ଜଳେଶ୍ଵର ଅଞ୍ଚଳରେ ମତ୍ସ୍ୟଜୀବୀ ୯୦ଟି ମାଛକୁ ୧ କୋଟି ଟଙ୍କାରେ ବିକିଛନ୍ତି।ଏହି ମାଛର ନାଁ ହେଉଛି ତେଲିଆ ଭୋଳା ମାଛ। ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ପଡ଼ିଥିଲା। ଏହାର ଅନେକ ଔଷଧୀୟ ଗୁଣ ରହିଛି। କଲକାତାର ଏକ ଫାର୍ମା କମ୍ପାନୀ ଉକ୍ତ ମାଛଗୁଡ଼ିକୁ କୋଟିଏ ଟଙ୍କାରେ କିଣିଥିବା ସୂଚନା ମିଳିଛି। ଏହି ମାଛର ପିତ୍ତ ଏବଂ ଅନ୍ୟାନ୍ୟ ଅଂଶ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |