ମୁମ୍ବାଇରେ ଧରାପଡିଲେ ବାଂଲାଦେଶୀ ମହିଳା

ମୁମ୍ବାଇ ,୧୨।୧୦:ମୁମ୍ବାଇରେ ଧରାପଡିଲେ ବାଂଲାଦେଶୀ ମହିଳା| ଅବୈଧ ବସବାସ କରୁଥିବା ବାଂଲାଦେଶୀ ମହିଳା ଜରିନା ଖାତୁନ(୩୬)କୁ ମୁମ୍ବାଇ ପୋଲିସ ଅଟକ ରଖିଛି। ଦେବନାର ପୋଲିସ ମହିଳାଙ୍କ ଡିପୋର୍ଟେସନ ପ୍ରକ୍ରିୟା ଆରମ୍ଭ କରିଛି। ପୋଲିସକୁ ସୂଚନା ମିଳିଥିଲା ଯେ ଅଞ୍ଚଳକୁ ଏପରି ଜଣେ ମହିଳା ପ୍ରବେଶ କରିପାରନ୍ତି। ସେହି ଅନୁସାରେ ପୋଲିସ ତଦନ୍ତ କରି ମହିଳାଙ୍କୁ ଖୋଜି ବାହାର କରିଛି। ପୋଲିସ କହିଛି ଯେ ବିନା ବୈଧ କାଗଜପତ୍ରରେ ମହିଳା ଭାରତକୁ ଅନୁପ୍ରବେଶ କରିଥିଲେ। ସେ ବାଂଲାଦେଶୀ ବୋଲି ତା ନିକଟରୁ ପ୍ରମାଣ ମିଳିଛି।ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଗତ ମାସରେ ପୋଲିସ ଜାଗେଶ୍ୱରୀ ଅଞ୍ଚଳରୁ ମୋଟ ୫ ଜଣ ବାଂଲାଦେଶୀଙ୍କୁ ଧରିଥିଲା। ଜାଗେଶ୍ୱରୀ ଇଷ୍ଟରେ ଥିବା ଏମଏମଆରଡିଏ କଲୋନୀ ସମ୍ମୁଖରୁ ଜଣେ ସନ୍ଦିଗ୍ଧଙ୍କୁ ଧରିବା ପରେ ତାକୁ ସଲିମ ବଲାଇ ମୋଲ୍ଲା ଭାବେ ଚିହ୍ନଟ କରାଯାଇଥିଲା। ତାକୁ ପଚରା ଉଚରା କରାଯିବାରେ ତା ସହ ମୁମ୍ବାଇରେ ଆଉ ୪ ଜଣ ଥିବା ସୂଚନା ମିଳିଥିଲା। ସଲିମର ସୂଚନା ଆଧାରରେ ସମସ୍ତଙ୍କୁ ଗିରଫ କରାଯାଇଛି। 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!