ନୂଆଦିଲ୍ଲୀ ,୧୫/୧୦: ଦିଲ୍ଲୀରେ ସବୁଜ ଦୀପାବଳି ।ଦୀପାବଳିକୁ ନେଇ ଦିଲ୍ଲୀ-ଏନସିଆର ଲୋକ ମଧ୍ୟରେ ଥିବା ଶଙ୍କାକୁ ଦୂର କରିଛନ୍ତି ସୁପ୍ରିମକୋର୍ଟ | କୋର୍ଟ ଦିଲ୍ଲୀ-ଏନସିଆରରେ ସବୁଜ ବାଣ ବିକ୍ରୟ ଉପରେ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି ଏବଂ ବାଣ ଫୁଟାଇବାକୁ ମଧ୍ୟ ଅନୁମତି ଦେଇଛନ୍ତି।ଦିଲ୍ଲୀ NCRରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ଅନୁମତି । ଅସ୍ଥାୟୀ ଭାବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେଲେ । ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ରି, ରାତି ୮ରୁ ୧୦ ଯାଏଁ ବାଣ ଫୁଟାଇ ପାରିବେ । ନିୟମ ଉଲ୍ଲଙ୍ଘନ କଲେ ପ୍ରଶାସନ ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ-ଏନସିଆରରେ ସବୁଜ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି । କୋର୍ଟ ବୁଧବାର ଏହି ନିଷ୍ପତ୍ତି ଜାରି କରିଛନ୍ତି। କୋର୍ଟ କେବଳ ଅକ୍ଟୋବର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ଅନୁମତି ଦେଇଛନ୍ତି । ସିଜେଆଇ ବିଆର ଗଭାଇ କହିଛନ୍ତି ଯେ ଆମକୁ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ । ପରିବେଶକୁ କ୍ଷତି ନ ପହଞ୍ଚାଇ ସଂଯମତାର ସହିତ ଅନୁମତି ପ୍ରଦାନ କରାଯିବା ଉଚିତ । CJI ୧୪ ଅକ୍ଟୋବର, ୨୦୨୪ ର ନିର୍ଦ୍ଦେଶକୁ ଉଦ୍ଧୃତ କରିଥିଲେ । ଯେଉଁଥିରେ ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଥିଲେ । ଏହା ସମଗ୍ର ଏନସିଆରରେ ଲାଗୁ କରାଯାଇଥିଲା । ସିଜେଆଇ କହିଛନ୍ତି ଯେ କେବଳ ୧୮-୨୧ ଅକ୍ଟୋବର ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯିବ।ପଟ୍ରୋଲିଂ ଦଳଗୁଡ଼ିକ ସବୁଜ ବାଣ ନିର୍ମାତାଙ୍କ ଉପରେ ନିୟମିତ ଯାଞ୍ଚ କରିବେ। ସବୁଜ ବାଣ ପାଇଁ QR କୋଡ୍ ୱେବସାଇଟରେ ଅପଲୋଡ୍ କରାଯିବ। ପୂର୍ବରୁ, ୧୦ ଅକ୍ଟୋବରରେ ଏକ ଶୁଣାଣି ପରେ, ସିଜେଆଇ ସବୁଜ ବାଣ ଫୁଟାଇବା ଉପରେ ତାଙ୍କର ନିର୍ଦ୍ଦେଶ ସଂରକ୍ଷିତ ରଖିଥିଲେ। ସେ ସୂଚିତ କରିଥିଲେ ଯେ ଦୀପାବଳି ପାଇଁ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |