ଭୁବନେଶ୍ୱର,,୧୬।୧୦: ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ । ଏହି ଅବସରରେ ବିଜେଡି ପଦଯାତ୍ରାରେ ଯୋଗ ଦେଇଛନ୍ତି ନବୀନ । ଏକାମ୍ର ଭୁବନେଶ୍ୱରର ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ସେଠାରେ ପିଲାଙ୍କ ସହ କିଛି ସମୟ ବିତାଇବା ସହ କେକ୍ କାଟି ମିଷ୍ଟାନ ବଣ୍ଟନ କରି ଉପହାର ମଧ୍ୟ ଦେଇଥିଲେ ନବୀନ । ଏହାପରେ ନବୀନ ଏସଇଏସ୍ ଭିଲେଜକୁ ଯାଇଛନ୍ତି । ସେଠାରେ ଅନ୍ତେବାସୀଙ୍କ ସହ ମିଷ୍ଟାନ ଇଣ୍ଟନ କରିଛନ୍ତି । ନବୀନଙ୍କ ଜନ୍ମଦିନକୁ ସାରା ରାଜ୍ୟରେ ବିଜେଡି ପକ୍ଷରୁ ନିରାଡମ୍ବର ଭାବେ ପାଳନ କରୁଛି ।ନିଜ ଜନ୍ମ ଦିନରେ ଜନ ସମ୍ପର୍କ ପଦଯାତ୍ରା କରିଛନ୍ତି ନବୀନ। ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଗଙ୍ଗ ନଗର ମଙ୍ଗଳା ବସ୍ତିରେ ଆୟୋଜିତ ହୋଇଥିବା ପଦଯାତ୍ରାରେ ଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ। ଏନେଇ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ମଙ୍ଗଳା ବସ୍ତି ବାସିନ୍ଦା ରସ୍ତାରେ ମୁରୁଜ ପକାଇ କଳସ ବସାଇ ସ୍ୱାଗତ ପାଇଁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା। ଏହି ପଦଯାତ୍ରାରେ ଦଳର ସମସ୍ତ ନେତା ସାମିଲ ହୋଇଛନ୍ତି।ଭୁବନେଶ୍ଵର ଗଙ୍ଗନଗର ୱାର୍ଡ ନମ୍ବର ୫୨ ରେ ନବୀନ ଜନସମ୍ପର୍କ ପଦଯାତ୍ରା କରିବେ । ଏହି ଅବସରରେ ଦଳର କର୍ମୀମାନେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବେ। ଏନେଇ ଭୁବନେଶ୍ଵର ବିଜେଡ଼ି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହାସହ ଏସଓଏସ ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ ନବୀନ ବୋଲି ବିଜେଡି ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |