ନବରଙ୍ଗପୁର(ପ୍ରିୟଦର୍ଶିନୀ),୧୬ା୧୦ :-ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳଗୁଡ଼ିକରେ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରୁଛନ୍ତି। ଯେପରି ଶିଶୁଟିଏ ଗ୍ରାମାଞ୍ଚଳରେ ଭିଟାମିନ ଅଭାବରୁ କୁପୋଷଣର ଶିକାର ନ ହୁଏ, ସେଥିପାଇଁ ସରକାର ପ୍ରତି ଗ୍ରାମରେ ସମନ୍ବିତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ଗର୍ଭବତୀ, ପ୍ରସୂତି ମହିଳା ଓ ଶିଶୁମାନଙ୍କୁ ସକାଳ ଜଳଖିଆ ଓ ରନ୍ଧାଖାଦ୍ୟ, ଅଣ୍ଡା, ପୁଷ୍ଟିକରଯୁକ୍ତ ଛତୁଆ ଆଦି ଯୋଗାଇ ଦେଉଛନ୍ତି। ମାତ୍ର ଏହା ସତ୍ତ୍ୱେ ଗ୍ରାମାଞ୍ଚଳରେ କୁପୋଷଣର ଶିକାର ଶିଶୁ ହେଉଛନ୍ତି ବୋଲି ଅଭିଭାବକ ମହଲରେ ଚିନ୍ତା ପ୍ରକଟ କଲେଣି। ତେବେ କେଉଁଠି ରହୁଛି ତ୍ରୁଟି, କାହିଁକି କୁପୋଷଣର ଶିକାର ଶିଶୁ ହେଉଛନ୍ତି ତାହାର ତଦନ୍ତ କରାଯାଉ ନାହିଁ। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାରେ। କୁପୋଷଣର ଶିକାର ହୋଇଥିବା ଶିଶୁମାନଙ୍କୁ ବର୍ଦ୍ଧିତ ଛତୁଆ ଯୋଗାଣ ଦାୟିତ୍ୱ ଜିଲାର ତେନ୍ତୁଳୀଖୁଣ୍ଟି ବ୍ଲକର ଚାରାମୂଳା ଗ୍ରାମର ମା ମାଣିକେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ ନେଇଛି ଏବଂ ଜିଲ୍ଲାର 10ଗଟି ବ୍ଲକରେ ବର୍ଦ୍ଧିତ ଛତୁଆ ଯୋଗାଉଛି। ବଡ଼ ଦୁଃଖର ବିଷୟ, କୋମଳମତି ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ବର୍ଦ୍ଧିତ ଛତୁଆ ୧୦୦ ଗ୍ରାମ ପ୍ୟାକେଟକୁ ଫୁଟା ପାଣି କିମ୍ବା କ୍ଷୀର ମିଶାଇ ଅର୍ଦ୍ଧ ତରଳ ମଣ୍ଡ ପ୍ରସ୍ତୁତ କରାଯିବା ପରେ ଶିଶୁଙ୍କୁ ଦିଆଯାଇଥାଏ। ଏହି ଛତୁଆ ପ୍ୟାକେଟ ଖୋଲାଯିବାର ଏକ ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ ବୋଲି ପ୍ୟାକେଟରେ ଉଲ୍ଲେଖ ରହିଛି। ଏହା ଏକ ମାସ ମଧ୍ୟରେ ଖାଇବା ଦରକାର ବୋଲି ଲେଖାଯାଇଛି। ତେବେ ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ପ୍ୟାକେଟିଂ କଲା ବେଳେ କିପରି ପ୍ରସ୍ତୁତି ତାରିଖ ଓ ଅବଧି ଶେଷ ତାରିଖ ଲେଖାଗଲା ନାହିଁ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।କିଛି ଛତୁଆ ପେକେଟ ରେ ତ 6/7ମାସ ପୁରୁଣ ତାରିଖ ରହିଛି ଯଥା 23.01.2025। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କାରଣ ବିଭିନ୍ନ ବ୍ଲକରେ ଶିଶୁମାନଙ୍କ ପାଇଁ ଛତୁଆ ପ୍ରସ୍ତୁତ କରୁଥିବା ସଂସ୍ଥାଗୁଡ଼ିକ ବିଭାଗ ପକ୍ଷରୁ ପ୍ରତି ମାସରେ ଛତୁଆ ପ୍ରସ୍ତୁତ ହେଉଥିବା ସମୟରେ ମାନ ନିର୍ଦ୍ଧାରଣ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କ୍ଷେତ୍ର ପରିଦର୍ଶନ କରି ଭିଡିଓ କ୍ଲିପିଂ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା କରିବାରେ ବିଭାଗ ବିଫଳ ହେଉଛି ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି। ଅବଧି ନ ଥିବା ବର୍ଦ୍ଧିତ ଛତୁଆ ଖାଇ ଯଦି ଶିଶୁଙ୍କ କିଛି କ୍ଷତି ହୁଏ, ଏଥିପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଶିଶୁଵିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହୋ ପାତ୍ର, ନବରଙ୍ଗପୁର ଇ ପାରିଲା ନାହିଁ।ଏଭଳି ସମ୍ବେଧାନ ସିଲ ପରିସ୍ଥିତି ରେ ଜିଲ୍ଲାପାଳ ହସ୍ତକ୍ଷେପ କରି ବର୍ଦ୍ଧିତ ଛତୁର ମାନ ଯାଞ୍ଚ କରିବା ନିହାତି ଆବଶ୍ୟକ ଅଟେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |