ବିହାରରୁ ୨ଜଣଙ୍କୁ ପୋଲିସ ଉଠାଇ ଆଣିଲା ପୋଲିସ

ବ୍ରହ୍ମପୁର,୧୬ା୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ୨ଜଣ ସାର୍ପ ସୁଟରଙ୍କୁ ଧରିଲା ବ୍ରହ୍ମପୁର ପୋଲିସ । ବିହାରରୁ ୨ଜଣଙ୍କୁ ପୋଲିସ ଉଠାଇ ଆଣିଥିବା ସୂଚନା ରହିଛି ।ହତ୍ୟାକାଣ୍ଡ ଘଟଣା ଯେତେଦିନ ଗଡ଼ୁଛି ସେତିକି ଦିନ ନୂଆ ନୂଆ ତଥ୍ୟ ପୋଲିସ ହାତୟରେ ଲାଗୁଛି । ଏହି ଘଟଣାରେ ଜଣେ ମଦବ୍ୟବସାୟୀଙ୍କୁ ପୋଲିସ ଘନ ଘନ ଜେରା କରୁଥିବା ସୂଚନା ରହିଛି ।ଏହା ସହ ହତ୍ୟାକାଣ୍ଡ ଘଟଣାରେ ପୀତବାସ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀକୁ ମଧ୍ୟ ପୋଲିସ ଜେରା କରୁଛି । ପୋଲିସ ଧରିଥିବା ୨ଜଣଙ୍କ ମଧ୍ୟରୁ ଜଣେ ସାର୍ପ ସୁଟର ହୋଇଥିବା ବେଳେ ଅନ୍ୟ ଜଣେ ରେକି ଟିମ୍‌ରେ ସାମିଲ ଥିବା ସୂଚନା ରହିଛି ।ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଜେରା କରୁଥିବା ସୂଚନା ଆସିଛି। ଗତ ୬ ତାରିଖ ରାତିରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ପଏଣ୍ଟ୍ ବ୍ଲାଙ୍କରୁ ଗୁଳିକରି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ।ଏ ଘଟଣାରେ ରାଜ୍ୟ ବାହାର ଅପରାଧୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ତାଙ୍କୁ କଣ ପାଇଁ କିଏ ହତ୍ୟା କଲା, ତାହା ଏଯାଏଁ ପ୍ରଶ୍ନବାଚୀ ହୋଇ ରହିଛି।ପୀତବାସଙ୍କ ହତ୍ୟା ଘଟଣାକୁ ଅନେକ ଦିନ ବିତିଲାଣି । ତଥାପି ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନି । ଏ ଘଟଣାର ତଦନ୍ତ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ୬ଟି ଟିମ୍ ସହର ଭିତରେ ଓ ବାହାରେ ଛାନଭିନ୍ ଚଳାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!