ଭୁବନେଶ୍ୱର,୧୭।୧୦: ୨ ଦିନ ଛୁଟି ହେବାକୁ ଯାଉଛି ସ୍କୁଲ-କଲେଜ। କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ସରକାରୀ କର୍ମଚାରୀମାନଙ୍କ ପାଇଁ ମଧ୍ୟ ବଡ଼ ଖୁସି ଖବର ରହିଛି।କିଏ କହୁଥିଲା ସୋମବାର ତ ଆଉ କିଏ କହୁଥିଲା ମଙ୍ଗଳବାର। ତେଣୁ କେଉଁଦିନ ସରକାରୀ ଛୁଟି ଘୋଷଣା ହେବ ତାକୁ ନେଇ ମଧ୍ୟ ଚିନ୍ତା ବଢିଥିଲା।କାରଣ ଏବେ ଦୀପାବଳି ପାଳନ ନେଇ ତାରିଖ ମୁକ୍ତି ମଣ୍ଡପ ସ୍ପଷ୍ଟ କରିଛି। ମୁକ୍ତି ମଣ୍ଡପର ଗଣନା ଅନୁସାରେ, ଯେହେତୁ ସୋମବାର ଦିନ ପୁରା ସମୟ ଅମାବାସ୍ୟା ରହୁଛି ତେଣୁ ସୋମବାର ଦିନକୁ ହିଁ ଦୀପାବଳି ଭାବରେ ପାଳନ କରାଯିବ।ତେଣୁ ୨୦ ତାରିଖ ସୋମବାର ଦିନ ବି ରାଜ୍ୟରେ ଛୁଟି ଘୋଷଣା କରାଯିବ। ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |