ନବରଙ୍ଗପୁର( ମିହିର ଶଙ୍କର ପାତ୍ର,),୧୭।୧୦ :-ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ସମୟ ବଦଳିବା ସାଙ୍ଗକୁ ଚିକ୍ ମିକ୍ ଆଲୁଅରେ ଦୀପାବଳି ମନାଉଛନ୍ତି ଲୋକେ । ହେଲେ ଆଜି ବି ଦୀପାବଳିରେ ମାଟି ଦୀପର ବେଶ ଚାହିଦା ରହିଛି । ଆଗକୁ ଦୀପାବଳି ଆସୁଥିବାରୁ ଏବେ ଚଳଚଞ୍ଚଳ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳର କୁମ୍ଭାର ପରିବାର । ତିଆରି ଚାଲିଛି ଭଳିକି ଭଳି ମାଟି ଦୀପ , ଦୀପ ତିଆରିରେ ବ୍ୟସ୍ତ କାରିଗର । ନିଜ ପାରମ୍ପରିକ ବେଉସାକୁ ବଂଚାଇ ଗଢି ଚାଲିଛନ୍ତି ସୁନ୍ଦର ସୁନ୍ଦର ମାଟିଦୀପ ସବୁ । କିଏ ମାଟି ଚକଟି ସୁନ୍ଦର ଦୀପ ତିଆରି କରିବାରେ ଲାଗିପଡିଛି ତ କିଏ ଦୀପକୁ ଶୁଖେଇବାରେ ବ୍ୟସ୍ତ । ପୁଣି କିଏ ଭାଟିରେ ଦୀପକୁ ପୋଡୁଛି । ଗାଁର କିଛି କୁମ୍ଭାର ମାନେ ସେମାନଙ୍କ ବୃତ୍ତି ଛାଡ଼ିବାକୁ ବସିଥିବାବେଳେ ଆଉ କିଛି ନିଜ ପାରମ୍ପରିକ ବେଉସାକୁ ଜାବୁଡି ଧରିଛନ୍ତି । ବର୍ଷ ତମାମ ରହିଥାଏ ଏହି ମାଟି ଦୀପର ଚାହିଦା । ଏ ବର୍ଷବି ବ୍ୟବସାୟ ଭଲ ହେବା ନେଇ କୁମ୍ଭାର ପରିବାର ଆଶାବାନ୍ଧି ରହିଛନ୍ତି । ଦୀପାବଳିରେ ଦୀପ ଜାଳିବା ପାଇଁ ପାରମ୍ପରିକ ମାଟି ନିର୍ମିତ ଦୀପ ବ୍ୟବହାରର ପ୍ରାଚୀନ ପରମ୍ପରା ରହିଛି । ପୂର୍ବରୁ କେଵଳ କୁମ୍ଭାର ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ମାଟି ଦୀପ ହିଁ ବହୁମାତ୍ରାରେ ଦୀପାବଳିରେ ବ୍ୟବହାର ହେଉଥିବା ବେଳେ ବର୍ତ୍ତମାନ ବଜାରକୁ ଆସିଛି ଏକାଧିକ ବିକଳ୍ପ । ମାଟି ଦୀପର ସ୍ଥାନ ନେଲେଣି ଫେନସି ଓ ଇଲେକ୍ଟ୍ରିକ ଦୀପ । ଫଳରେ କୁମ୍ଭାରମାନଙ୍କ ପ୍ରସ୍ତୁତ ମାଟି ଦୀପର ଚାହିଦା ଧୀରେ ଧୀରେ ହ୍ରାସ ପାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |