ଡାବୁଗାଁ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ*

ନବରଙ୍ଗପୁର(  ପ୍ରିୟଦର୍ଶିନୀ ପାତ୍ର ),୧୭।୧୦ :-ନବରଙ୍ଗପୁର:-ଡାବୁଗାଁ ବ୍ଳକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି “-୨୦୨୫ ଡାବୁଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ମହା ସମାରୋହରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାଧନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ନିହାଲ ଙ୍କ ସହ ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଶିକ୍ଷକ ରତିକାନ୍ତ ନାୟକ।ଏଥିରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ବକୃତା, ସଙ୍ଗୀତ, ସୃଜନ ଲିଖନ, ଶ୍ରୁତଲିଖନ ଓ ହସ୍ତାକ୍ଷର,ଏବଂ ମଧ୍ୟାନ୍ନ ଭୋଜନ ପରେ ଆର୍ଟ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ହେଉଛି “ଓଡିଶାର ଲୋକକଳା” |ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ବରିଷ୍ଠ, କନିଷ୍ଟ, ଉପ କନିଷ୍ଠ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ମାନପାତ୍ର ସହ ଟ୍ରଫି ପୁରସ୍କୃତ କରାଯାଇ ଥିଲା। ଶିକ୍ଷକ ମାନଙ୍କ ସହ ଏହା ସମସ୍ତ ସମସ୍ତ ବିଧ୍ୟାଳୟର ଛାତ୍ରୀ ଛାତ୍ରୀ ମାନେ ଉପସ୍ଥିତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!