୬୦ଲକ୍ଷର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୧୭।୧୦: ଦାମୀ କାରରେ ବ୍ରାଉନସୁଗାର ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଛି ସ୍ପେଶାଲ କ୍ରାଇମ୍‍ ୟୁନିଟ୍‍ । ୫୫୬ଗ୍ରାମ୍‍ ବ୍ରାଉନସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଖୋର୍ଦ୍ଧାର ଜଣେ ମହିଳା ଓ ଅନ୍ୟ ଦୁଇ ଜଣ ନିମାପଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।ଦାମୀ କାରରେ ଏହି ତିନି ଜଣ ବ୍ରାଉନସୁଗାର ନେଇ ଯାଉଥିବା ବେଳେ ଖବର ପାଇ ସ୍ପେଶାଲ କ୍ରାଇମ୍‍ ୟୁନିଟ୍‍ ଏମାନଙ୍କୁ ଧରିଥିଲା ।  ଅଭିଯୁକ୍ତଙ୍କଠାରୁ ନଗଦ ୫ଲକ୍ଷ ୧୦ହଜାର ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!