ଗୁଜୁରାଟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଗାନ୍ଧୀନଗର,୧୭।୧୦: ଗୁଜରାଟରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଆରମ୍ଭ ହୋଇଛି। ଶପଥ ତାଲିକାରେ ୨୬ଜଣ ମନ୍ତ୍ରୀଙ୍କ ନାଁ ପ୍ରକାଶ ପାଇଛି। ତାଲିକାରେ ସ୍ବରୂପଜୀ ଠାକୋର, ପ୍ରବିଣକୁମାର ମାଲି, ଋଷୀକେଶ ପଟେଲ, ଦର୍ଶନା ବାଘେଲା, କୁନୱାରଜୀ ବାଭାଲିଆ,ରିଭାବା ଜାଡେଜା, ଅର୍ଜୁନ ମୋଧୱାଡିଆ, ପୁରୁଷୋତ୍ତମ ସୋଲଙ୍କି, ଜିତେନ୍ଦ୍ର ଭାଗାନୀ, ପ୍ରଫୁଲ୍ଲ ପାନଶେରିଆ, ହର୍ଷ ସାଙ୍ଘଭି ଏବଂ କାନୁଭାଇ ଦେଶାଇଙ୍କ ନାମ ରହିଛି।ଗୁଜୁରାଟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ । ପ୍ରଥମେ ଶପଥ ଗ୍ରହଣ କରିଛନ୍ତି ହର୍ଷ ସାଂଘଭି । ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଥମେ ଗୃହମନ୍ତ୍ରୀ ଥିବା ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମଧ୍ୟାହ୍ନ ୧୨ଟା ୩୦ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ହର୍ଷଙ୍କ ସହି ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ନେଉଛନ୍ତି ।ହର୍ଷ ସାଙ୍ଘଭି ରାଜ୍ୟର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଜିତୁ ଭାଗାନୀ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଗୁରୁବାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ।୨୦୨୭ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଜରାଟ ସରକାରଙ୍କ ମନ୍ତ୍ରୀମଣ୍ଡଳ ପୂନର୍ଗଠନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆଗାମୀ ନିର୍ବାଚନରେ ଦଳ ନୂତନ ସାମାଜିକ ସମୀକରଣ କରିବାକୁ ପ୍ରସ୍ତୁତି କରୁଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!