ଭୁବନେଶ୍ବର,୨୨ା୧୦: ରାଜଧାନୀ 1 ନମ୍ବର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ।ରାଜଧାନୀ ଭୁବନେଶ୍ବରର ସବୁଠାରୁ ବଡ଼ ହାଟ ‘ୟୁନିଟ୍-୧’ରେ ଆଜି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। କୌଣସି ଏକ ତେଜରାତି ଦୋକାନରୁ ଆରମ୍ଭ ହୋଇଥିବା ନିଆଁ ପ୍ରାୟ ୪୦ଟି ଦୋକାନକୁ ଧ୍ବଂସ କରିଦେଇଛି।ହୁତୁହୁତୁ ହୋଇ ଜଳୁଛି ଦୋକାନ ଘର । ତେବେ ୟୁନିଟ-1 ପରିବା ମାର୍କେଟରେ ଏହି ଅଗ୍ନିକାଣ୍ଡ ହୋଇଛି । 15ରୁ 20ଟା ଦୋକାନ ହୁତୁହୁତୁ ହୋଇ ଜଳୁଛି । ନିଆଁ ଆୟତ ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି ରହିଛି ।ସେପଟେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କ୍ଷୟକ୍ଷତିର ଆକଳନ କରାଯାଇନଥିବା ବେଳେ ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛନ୍ତି ଅଗ୍ନିଶମବାହିନୀ ।ଅଗ୍ନିଶମ ବିଭାଗର ଅଧିକାରୀ ରମେଶ ମାଝୀ କହିଛନ୍ତି, ୟୁନିଟ୍-୧ ମାର୍କେଟ୍ରେ ନିଆଁ ଲାଗିବା ନେଇ ଆମକୁ ଅପରାହ୍ଣ ୨ଟା ୪୦ରେ ସୂଚନା ମିଳିଥିଲା। ସୂଚନା ମିଳିବାର ମାତ୍ର ୩ ମିନିଟ୍ ମଧ୍ୟରେ ଆମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର କାମ ଆରମ୍ଭ କରିଦେଇଥିଲେ। ନିଆଁ ଲିଭାଇବା ପାଇଁ ୧୫ ଗାଡ଼ି ବ୍ୟବହାର କରାଯାଇଥିଲା। ଏଥିରେ ୧୪୦ ଜଣ ଆଗ୍ନିକ ମୁତୟନ ଥିଲେ। ଦୋକାନରେ ଜଳନଶୀଳ ଜିନିଷ ଥିଲା। ଏଥି ପାଇଁ କମ ସମୟ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କେଉଁଠାରୁ ଏହା ଆରମ୍ଭ ହେଲା ଏନେଇ ବର୍ତ୍ତମାନ ପରିପ୍ରେକ୍ଷୀରେ କୁହାଯାଇପାରିବ ନାହିଁ। ନିଆଁ ଲିଭାଇବା ହେଉଛି ଆରମ ପ୍ରାଥମିକତା। ସଂପୂର୍ଣ୍ଣ ଭାବେ ନିଆଁ ଆୟତ୍ତ ହେଲା ପରେ ଏହାର କାରଣ ଖୋଜା ଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |