ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),୨୩।୧୦:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ସନ୍ତୋଷ ପୁର ପଞ୍ଚାୟତର ଡଙ୍ଗରୀ ଗୁଡ଼ା ଗ୍ରାମ ଠାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଠିକାଦାର ଏବଂ ବିଭାଗୀୟ ଯାନ୍ତ୍ରିଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାମ ପ୍ରଶାସନ ନିରବ|ଏହି ଯୋଜନାର ମୂଳ ଲକ୍ଷ୍ୟ ଅର୍ଥାତ୍ ଶ୍ରମିକଙ୍କୁ କାମ ଯୋଗାଇବା କିନ୍ତୁ ଶ୍ରମିକ ବଦଳରେ କାମ କରୁଛି ମେସିନ୍। ଖବର ଅନୁଯାୟୀ, ସନ୍ତୋଷ ପୁର ପଞ୍ଚାୟତ ର ଆର୍ଡି ରାସ୍ତା ଠାରୁ ଡଙ୍ଗରୀଗୁଡା ଭାୟା ଶିରାଗୁଡା ଗ୍ରାମ ଠାରେ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ମାଟି ମୋରମ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ବିଭାଗୀୟ ନିଜସ୍ୱ କାର୍ଯ୍ୟାଦେଶରେ ହେଉଥିବା। ବେଳେ, କୋଷାଗୁମୁଡା ବ୍ଲକର ଠିକାଦାର ମାନେ ନିୟମ ଉଲଂଘନ କରି ସରକାରୀ ଯନ୍ତ୍ରୀ ଙ୍କ ସହ ମଧୁଛନ୍ଦ୍ରିକାରେ। ମେସିନ୍ ବ୍ୟବହାର କରି ମନରେଗା ଯୋଜନାରେ ଆସୁଥିବା ଅର୍ଥ କୁ ହରିଲୁଟ୍ କରୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ବେ କାର୍ଯ୍ୟସ୍ଥଳୀରେ ଶ୍ରମିକଙ୍କୁ କାମ ମିଳୁନାହିଁ। ବରଂ ସମସ୍ତ କାର୍ଯ୍ୟ ମେସିନ୍, ଜେସିପି ଇତ୍ୟାଦି ଦ୍ଵାରା କରାଯାଉଛି। ନିମ୍ନମାନର କାର୍ଯ୍ୟ: ରାସ୍ତାରେ କେବଳ ଖାଲି ମାଟି ପକାଇ କାର୍ଯ୍ୟ ଚାଲୁଥିବାରୁ ଏହା ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ସୂଚନାଫଳକ ରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ଯେ, କାଗଜପତ୍ରରେ ଶ୍ରମିକ କାର୍ଯ୍ୟ କରିଥିବା ଦର୍ଶାଇ ଚଞ୍ଚକତା କରାଯାଉଛି ଏବଂ ଅସଲରେ ସମ୍ପୂର୍ଣ କାମ ମେସିନ୍ରେ କରାଯାଇ ସରକାରଙ୍କ ଲକ୍ଷାଧିକ ଟଙ୍କା ହରିଲୁଟ୍ କରୁଛନ୍ତି ସରକରୀ ଯନ୍ତ୍ରୀ ଓ ଠିକାଦାର।। ପୂର୍ବରୁ ମଧ୍ୟ ଏହି ପଞ୍ଚାୟତରେ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ନେଇ ଆଲୋଚନା ହେଉଛି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରେ ସେ ସୂଚନାଫଳକ ମାରିବାକୁ କୁହାଯାଇଥିବା ଏବଂ ଗ୍ରାମବାସୀ ରାସ୍ତା କାର୍ଯ୍ୟ କରୁଥିବା କହି ସଫେଇ ଦେଇଛନ୍ତି । ତେବେ ଜନସାଧାରଣଙ୍କ ମତରେ, କାର୍ଯ୍ୟସ୍ଥଳୀରେ ଉପଯୁକ୍ତ ତଦନ୍ତ କରାଗଲେ ହିଁ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ। ତେଣୁ ଏହି ବ୍ୟାପକ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୁର୍ନୀତିରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଜନସାଧାରଣ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |