ଭୁବନେଶ୍ବର,୨୩।୧୦: ନୂଆପଡା ଉପନିର୍ବାଚନ ପାଇଁ ୮ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି ବିଜେପି । ବଞ୍ଜରୀ ଦାୟିତ୍ୱ ପାଇଁ ରବି ନାଏକ, ସୁନାଦେଇ ପାଇ ଗଣେଶ ରାମସିଂ ଖୁଣ୍ଟିଆ, ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକ, ଜୟଜଙ୍ଗା ପାଇଁ କୃଷ୍ଣ ଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡ, ନୂଆପଡା ଏନଏସି ପାଇଁ ମୁକେଶ ମହାଲିଙ୍ଗ, ଖରିଆର ରୋଡ୍ ଏନଏସି ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।ନୂଆପଡା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ପରେ ତାଙ୍କୁ ବିଜୟ କରିବାକୁ ଦଳ ପୁରା ରଣନୀତି ପ୍ରସ୍ତୁତ କରିଛି । ମୁଖ୍ୟମନ୍ତ୍ରୀଙ୍କ ସହ ୪୦ଜଣଙ୍କୁ ପ୍ରଚାରକ ଦାୟିତ୍ୱ ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଦୁଇ ଥର ନୂଆପଡା ଯାଇଥିବା ବେଳେ ଆଗକୁ ପ୍ରଚାର ପାଇ ଯାଇପାରନ୍ତି ।ସେହିଭଳି ପାତାଳେଶ୍ୱର ପାଇଁ ମତ୍ସଅୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନୂଆପଡ଼ା ଏନଏସି ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଖରିଆର ରୋଡ଼ ଏନଏସି ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ଦାୟିତ୍ବ ।ସେପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ସରିଛି । ୧୯ ଆଶାୟୀଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । ୬ ଜଣ ଦଳୀୟ ଓ ୮ଜଣ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ସମୁଦାୟ ୧୪ ଜଣଙ୍କ ପ୍ରାର୍ଥତ୍ଵ କାଏମ ରହିଛି । ବୁଧବାର ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅପରାହ୍ନ ସୁଦ୍ଧା ସମସ୍ତ ପ୍ରାର୍ଥିପତ୍ର ଯାଞ୍ଚ ସରିଥିଲା । ଏହାପରେ ବହୁଜନ ସମାଜ ପାର୍ଟିର ରଳାରାମ ସାନ୍ଧୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା, ସ୍ବାଧୀନ ପ୍ରାର୍ଥୀ କମଲ କୁମାର ଛତ୍ରିଆ, ପୁରୁଷୋତ୍ତମ ବେହେରା, ଭୁଜବଳ ଆଡବଙ୍ଗଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବା ଘୋଷଣା କରାଯାଇଥିଲା । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ସମେତ ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ତେବେ ଗୁରୁବାର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |