କ୍ରିପ୍ଟୋ କରେନ୍ସି ଲିଙ୍କ ,୩୨ଜଣଙ୍କୁ ଅଟକ

କଟକ,୨୩।୧୦: କଟକ ଶିଖରପୁର ଅଞ୍ଚଳରେ ଏକ ହୋଟେଲରେ ଚଢାଉ କରି ପଶ୍ଚିମବଙ୍ଗର ୩୨ଜଣଙ୍କୁ ଅଟକ ରଖିଛି ପୁଲିସ । ସକାଳୁ ସକାଳୁ କଟକ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ପୁଲିସର ଚଢାଉ । ଏନେଇ ହୋଟେଲ ଭିତରେ ଥିବା କିଛି ସନ୍ଦିଗ୍ଦ ଲୋକଙ୍କୁ ପଚରା ଉଚୁରା କରୁଛି ପୁଲିସ । ମିଳିଥିବା ସୂଚନା ଅନୁସାରେ ବାହାର ରାଜ୍ୟରୁ ୩୦ଜଣ ସନ୍ଦିଗ୍ଧ ହୋଟେଲରେ ଏକାଧିକ ରୁମ୍ ନେଇ ରହିଥିଲେ । କ୍ରିପ୍ଟୋ କରେନ୍ସି ନେଇ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି ।ସମସ୍ତ ଅଟକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି। କାହିଁକି ଏଠାକୁ ଆସିଥିଲେ, ଏତେ ସଂଖ୍ୟାରେ ଆସିବା ପଛରେ କଣ ରହସ୍ୟ ରହିଛି ସେନେଇ ତଦନ୍ତ ଚାଲିଛି ।ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ । ଘଟଣା ଉପରୁ ପରଦା ଉଠାଇଛନ୍ତି କଟକ ଡିସିପି । ସେ କହିଛନ୍ତି ଠକି ଯାଇଥିବା କିଛି ନିବେଶକାରୀ ସେମାନଙ୍କୁ ଆଣି ହୋଟେଲରେ ରଖିଥିଲେ । ପୁରୀରେ ଲୁଚିଥିଲେ, ସେମାନଙ୍କୁ ଆଣି କଟକରେ ରଖିଥିଲେ । ପ୍ରାୟତଃ ସେମାନେ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । କ୍ରିପ୍ଟୋ କରେନ୍ସି ଲିଙ୍କର ସନ୍ଧାନ ମିଳିଥିବାରୁ ଛାନିଭିନ ଜାରି ରହିଛି । ଉଚ୍ଚ ସୁଧ ଲୋଭରେ ନିବେଶ କରିଥିଲେ କିଛି ଲୋକ । ଯେଉଁମାନେ ନିବେଶ କରିଛନ୍ତି ସେମାନେ ମଧ୍ୟ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । ଅପହରଣ ଓ କ୍ରିପ୍ଟୋ ଲିଙ୍କ୍‌ ପ୍ରମାଣିତ ହେଲେ ମାମଲା ରୁଜୁ କରିବୁ ବୋଲି ଡିସିପି କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!