କଟକ,,୨୬ା୧୦: ଚଳିତବର୍ଷ ଐତିହାସିକ ବାଲିଯାତ୍ରା କଟକ ଇନ୍ କଟକର ଥିମ୍ “ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ” ରହିଛି । ଆଉ ବାଲିଯାତ୍ରା ସମୟରେ ଓଡ଼ିଆ ଭାଷାର ବ୍ୟବହାର ପରିଧି ବୃଦ୍ଧି ସହ ସମାଜ ଉପରେ ବଡ଼ ପ୍ରଭାବ ପକାଇବାକୁ ଯୋଜନା କରିଛି ଜିଲ୍ଲା ପ୍ରଶାସନ । ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବହି ବଣ୍ଟନ କରାଯିବ । ଜିଲ୍ଲା ପ୍ରଶାସନ ୭୫ ହଜାର ବହି କିଣିଥିବା ବେଳେ ଲୋକ ମାନେ ଓଡ଼ିଆ ବହି ଦାନ କରୁଛନ୍ତି ।ଯେ କୌଣସି ବ୍ୟକ୍ତି ଚାହିଁଲେ ଜିଲ୍ଲା ପ୍ରଶାସନକୁ ଓଡ଼ିଆ ବହି ଦେଇ ପାରିବେ । ଏଥିପାଇଁ ପ୍ରଶାସନ ଏକ ଆପ୍ଲିକେସନ୍ ତିଆରି କରିଛି । ବହି ଦେଲା ପରେ ହ୍ଵାଟ୍ସଆପ୍ରେ ପ୍ରଶାସନ କୃତଜ୍ଞତା ଜଣାଇ ଆପଣଙ୍କୁ ଏକ ସାର୍ଟିଫିକେଟ୍ ଦେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ବହିଗୁଡ଼ିକୁ ସଂଗ୍ରହ କରିବା ପରେ ବାଲିଯାତ୍ରାରେ ସ୍ୱତନ୍ତ୍ର ଷ୍ଟଲ କରାଯାଇ ପ୍ରଶାସନ ପକ୍ଷରୁ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରଦାନ କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ ହଜାର ବହି କିଣା ଯାଇଛି । ଏସବୁ ବହିକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବାଲିଯାତ୍ରାରେ ବଣ୍ଟନ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ ହଜାର ବହି କିଣା ଯାଇଛି । ଏସବୁ ବହିକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବାଲିଯାତ୍ରାରେ ବଣ୍ଟନ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ଜିଲ୍ଲାପାଳ କହିଛନ୍ତି, “ପ୍ରଶାସନ ୭୫ ହଜାର ବହି କିଣିଥିବା ବେଳେ ଲୋକମାନେ ମଧ୍ୟ ଓଡ଼ିଆ ବହି ଦେଇ ପାରିବେ । ଏଥିପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ସିଏମସି କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ ଅଫିସ୍ରେ ପୁସ୍ତକ ସଂଗ୍ରହ କେନ୍ଦ୍ର ଖୋଲା ଯାଇଛି ।”
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |