୪ ଲକ୍ଷ ଟଙ୍କାର ଜାଲ ନୋଟ ଜବତ

ବିନିକା,,୨୬ା୧୦:  ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ଜାଲ ନୋଟ ରାକେଟ ସକ୍ରିୟ ରହିଛି। ଜିଲା ଆରକ୍ଷୀ ଅଧିକ୍ଷକ ରବିବାର ଏହାର ବଡ଼ ଖୁଲାସା କରିଛନ୍ତି। ଏହି କାରବାରରେ ଲିପ୍ତ ୩ ଅଭିଯୁକ୍ତଙ୍କୁ ବିନିକା ପୁଲିସ ଗିରଫ କରିବା ସହିତ ୪ ଲକ୍ଷ ୧ ହଜାର ୫୦୦ ଟଙ୍କାର ଜାଲ ନୋଟ ଜବତ କରିଛି। ଜାଲ ନୋଟ୍‌ କାରବାରରେ ଲିପ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିନିକା ପୁଲିସକୁ ଏକ ବଡ଼ ସଫଳତା ମିଳି ପାରିଛି। ବିନିକା ଥାନାରେ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି।ରବିବାର ବିନିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇ କହିଛନ୍ତି ଯେ, ଏହି ଜାଲ ନୋଟ କାରବାରର ଚେର ପଡ଼ୋଶୀ ବରଗଡ଼ ଜିଲାକୁ ମଧ୍ୟ ଲମ୍ବିଛି। ଏଥିରେ ସମ୍ପୃକ୍ତ ଥିବା ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ରେଙ୍ଗାଲି ଗ୍ରାମର ଜୟନାରାୟଣ ବସ୍ତିଆ(୨୭), ବିନିକା ଥାନା ଫୁଲମୁଠୀ ଗ୍ରାମର ଅଭିଷେକ ହୋତା(୨୩) ଏବଂ ବିନିକା ସହର ବେତ୍ରାପଡ଼ାର ଅଶୋକ ନାଏକ(୨୮)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କଠାରୁ ପୁଲିସ ସର୍ବମୋଟ ୮୦୩ଟି ପାଞ୍ଚଶହ ଟଙ୍କିଆ ଜାଲ ନୋଟ(ସମୁଦାୟ ମୂଲ୍ୟ ୪ ଲକ୍ଷ ୧ ହଜାର ୫ ପାଞ୍ଚ ଶହ ଟଙ୍କା) ଜବତ କରିଥିବା ଏସପି ସୂଚନା ଦେଇଛନ୍ତି। ଏହା ସହିତ ସେମାନଙ୍କଠୁ ୩ଟି ମୋବାଇଲ ଫୋନ ଜବତ କରାଯାଇଛି।ଗତ ୨୫ ତାରିଖ ବିଳମ୍ବିତ ରାତିରେ ଜାଲ ନୋଟ କାରବାର ସମ୍ପର୍କରେ ଜିଲା ଆରକ୍ଷୀ ଅଧିକ୍ଷକ ନାୟକ ଖବର ପାଇବା ପରେ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଏ ନେଇ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିନିକା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!