ଡାବୁଗାଁ ବ୍ଲକ ନନ୍ଦପୁରା ଗ୍ରାମରେ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ

ନବରଙ୍ଗପୁର (  ମିହିର ଶଙ୍କର ପାତ୍ର )୨୭.୧୦.୨୦୨୫:ଡାବୁଗାଁ ବ୍ଲକ ନନ୍ଦପୁରା ଗ୍ରାମରେ ୫ଦିନ ବ୍ୟାପି ଚାଲିଥିବା ମାଁ କଙ୍କାଲୁଣି ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ। ଏହି ଫୁଟବଲ ଟୁର୍ନାମେଣ୍ଟ ରେ ୩୨ ଟି ଦଲ ଭାଗ ନେଇଥିଲେ। ଆଜି ଏହି ଟୁର୍ନାମେଣ୍ଟ ର ଉଦଯାପିତ ଉସାବ ଅନୁଷ୍ଠିତ। ଏହି ଅବସରେ ଉପସ୍ଥିତି ଥିଲେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ଉପାଧ୍ୟାକ୍ଷା ସଦାନନ୍ଦ ନାୟକ, ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ନନ୍ଦପୁରା ସରପଞ୍ଚ ପ୍ରତିନିଧି ହିରସିଂ ମାଝୀ, ମହେଶ ଦାସ ପାନାକା, ନାୟବ ସରପଞ୍ଚ ରାଜୁ ପୂଜାରୀ, ପଦମ ପୂଜାରୀ, ଗୁରୁବାରୁ ପୂଜାରୀ, ମେନେଜମେଣ୍ଟ କମିଟିର ସଭାପତି ଧନୀ ଭତ୍ରା, ଡମ୍ୱରୁ ଭତ୍ରା ଏବଂ ଏହି ଟୁର୍ନାମେଣ୍ଟ ରେ ଏଙ୍କରିଂଙ୍ଗ କରୁଥିଲେ କ୍ରିଷ୍ଟନା ମଙ୍ଗୁରି। ଆଜି ଏହି ଟୁର୍ନାମେଣ୍ଟ ରେ ବିଜୟ ଲାଭ କରିଥିବା ଦଲ ହେଲା ନନ୍ଦପୁରା ଗ୍ରାମର ନୁନା ଲେଭେନ ଏବଂ ରନର ହେଲା ମଲ୍କିଗୁଡା ଟିମ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ମପନ ହେଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!